Latest Odisha News

BREAKING NEWS

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ

ପୁରୀ: ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ପୁରୀରେ ପହଂଚିଲା ଚତୁର୍ଥ ପର୍ଯ୍ୟାୟ ରଥ କାଠ । ନୟାଗଡ ବନଖଣ୍ଡରୁ ୮ ଖଣ୍ଡ ଫାସ କାଠ ଆଜି ଟ୍ରକ୍‌ରେ ଆସି ପୁରୀରେ ପହଂଚିଛି । ଏପ୍ରିଲ ୨୬ ତାରିଖରେ ଅକ୍ଷୟ ତୃତୀୟା ଦିନ ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ ହେବ । ତେବେ ଆସନ୍ତାକାଲି ରାମ ନବମୀ ଅବସରରେ କଟକ ଖପୁରିଆ ସ-ମିଲ୍‌ରେ କାଠ ଚିରଟ କରାଯିବା ପରମ୍ପରା ରହିଛି ।

ପୂର୍ବରୁ ୧୨୫ ଖଣ୍ଡ କାଠ ଆସିଥିଲା । ଆଜି ଆଠ ଖଣ୍ଡ ଫାସି କାଠ ଆସି ପହଂଚିଥିବା ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି ।
ମହାମାରୀ କରୋନା ପାଇଁ ଚାରିଆଡେ ସବୁ ଧାର୍ମିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ କରାଯାଇଥିବା ବେଳେ ଆଗକୁ ରଥ ଯାତ୍ରାକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply

Your email address will not be published.