Latest Odisha News

BREAKING NEWS

ବିଶ୍ୱକପ: ଅଷ୍ଟ୍ରେଲିଆ ୨୨୩ ରନରେ ଅଲଆଉଟ, ଫାଇନାଲ ଲକ୍ଷ୍ୟରେ ଇଂଲଣ୍ଡ

ବର୍ମିଂହାମ୍: ବିଶ୍ୱକପ ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ସମ୍ମୁଖରେ ୨୨୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ । ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ମାତ୍ର ୨୨୩ ରନ ସ୍କୋରରେ ରଖିବାକୁ ସଫଳ ହୋଇଛି । ଇଂଲଣ୍ଡ ଦଳ ଏହି ସ୍ୱଳ୍ପ ରନର ସ୍କୋରକୁ ସହଜରେ ହାସଲ କରି ଫାଇନାଲକୁ ଉନ୍ନିତ ହେବା ଆଶା ରଖିଛି ।

ଟସରେ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟିଥିଲା । କଙ୍ଗାରୁ ଦଳ ମାତ୍ର ୧୪ ରନ କରିଥିବା ବେଳେ ୩ଟି ମୂଲ୍ୟବାନ ୱିକେଟ ହରାଇଥିଲା । ସ୍ମିଥ୍ ସର୍ବାଧିକ ୮୫ ରନ କରିଥିବା ବେଳେ ୱିକେଟରକ୍ଷକ କ୍ୟାରୀ କରିଥିଲେ ୪୬ ରନ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମାକ୍ସୱେଲ ୨୨ ଏବଂ ଷ୍ଟାର୍କ ୨୯ ରନ ସ୍କୋର କରିବାକୁ ସକ୍ଷମ ହୋଇଥିଲେ ।

ପୂର୍ବ ସମସ୍ତ ମ୍ୟାଚରେ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ କରିଥିବା ଓପନର୍ ଡ଼େଭିଡ୍ ୱାର୍ଣ୍ଣର୍ ଏବଂ କପ୍ତାନ ଆରୋନ୍ ଫିଞ୍ଚ୍ ସେମିଫାଇନାଲରେ ଅସଫଳ ହୋଇଛନ୍ତି ।

କିୱି ବୋଲର୍ ୱକ୍ସ ୩ଟି, ଆର୍ଚ୍ଚର୍ ୨ଟି ରସିଦ ୩ଟି ଏବଂ ଉଡ୍ ଗୋଟିଏ ୱିକେଟ ଅକ୍ତିଆର କରିପାରିଛନ୍ତି ।

ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରି ୪ ଓଭରରେ ୧୨ କରିବାକୁ ସକ୍ଷମ ହୋଇଛି । କ୍ରିଜରେ ଖେଳୁଛନ୍ତି ଜାସନ୍ ରଏ ଏବଂ ବେୟାରଷ୍ଟୋ ।

Leave A Reply

Your email address will not be published.