Latest Odisha News

BREAKING NEWS

ମହଙ୍ଗା ପଡିଲା କରୋନାକୁ ନେଇ ମିଥ୍ୟା ଗୁଜବ !

ଅନୁଗୋଳ: କରୋନାଭାଇରସ୍‌କୁ ନେଇ ପୁଣି ସୋସିଆଲ୍ ମିଡିଆରେ ଗୁଜବ । ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଅନୁଗୋଳରୁ ଜଣେ ଯୁବକକୁ ପୋଲିସ ଗିରଫ କରିଛି ।

ସ୍ୱାସ୍ଥ୍ୟକର୍ମୀ ଲାଗିପଡିଛନ୍ତି କରୋନାକୁ ମୂଳପୋଛ କରିବା ପାଇଁ । ପୋଲିସ ପ୍ରଶାସନ ଲାଗିପଡିଛି ସାମାଜିକ ଦୂରତ୍ୱକୁ ବଜାୟ ରଖିବା ପାଇଁ । ଏପରି ସ୍ଥିତିରେ ଜଣେ ଯୁବକ କରୋନାକୁ ନେଇ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା ।

ଗିରଫ ଯୁବକ ରେଙ୍ଗାଳି ଗାଁର ଦେବରାଜ ବେହେରା । ପୋଲିସ ରିପୋର୍ଟ ଅନୁଯାୟୀ ଦିଲ୍ଲୀରୁ ଫେରିଥିବା ଜଣେ ଯୁବକଙ୍କ ନାଁରେ ଅଭିଯୁକ୍ତ ଦେବରାଜ ମିଥ୍ୟା ଗୁଜବ ସୃଷ୍ଟି କରିଥିଲା ।

ଖବର ପାଇ ରେଙ୍ଗାଳି ଡ୍ୟାମ୍ ସାଇଟ୍ ପୋଲିସ ଛାନଭିନ୍ କରିବା ସହ ଦେବରାଜଙ୍କୁ ପଚରାଉଚରା କରିଥିଲା । ଜେରା ସମୟରେ ଅଭିଯୁକ୍ତ ଦେବରାଜ ବାନୁ ପଠାଣ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ସୋସିଆଲ ମିଡିଆରେ ମିଥ୍ୟା ଗୁଜିବ ସୃଷ୍ଟି କରିଥିବା ସ୍ୱୀକାର କରିଥିଲା ।

ସୋସିଆଲ୍ ମିଡିଆରେ ଏଭଳି ଅପବାଦ ପ୍ରଚାର କରିବା ଅଭିଯୋଗରେ ଦେବରାଜ ବେହେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.