Latest Odisha News

BREAKING NEWS

ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନ ନେଇପାରନ୍ତି ଅଭିମନ୍ୟୁ ।

ଡିସେମ୍ବର ୧୪ ରୁ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା୍ଙ୍କ ଖେଳିବାକୁ ନେଇ ସନ୍ଦେହ କରାଯିଉଛି । କିନ୍ତୁ ଏର୍ଯ୍ୟନ୍ତ  କୌଣଷି ଖବର ନଥିବାବେଳେ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବୁଧବାର ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମ୍ପର୍କରେ ଏକ ମତାମତ ଦେଇ କହିଛନ୍ତି  , ରୋହିତ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଖେଳିବେ ନାହିଁ । ତାଙ୍କ ଟେଷ୍ଟ ଖେଳିବା ବିଷୟରେ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ | ଡାକ୍ତରଙ୍କ ପରାମର୍ଶ ପରେ ହିଁ ତାଙ୍କ  ଖେଳିବା ଉପରେ ନିଷ୍ପତ୍ତି ନିଆଯିବ।

ରାହୁଲଙ୍କ ଏହି ମନ୍ତବ୍ୟ ପରେ ରୋହିତ ଟେଷ୍ଟ ସିରିଜ ନ ଖେଳିବା ନେଇ କଳ୍ପନାଜଳ୍ପନା ଚାଲିଛି। ଭାରତ-ଏ ଟିମ୍ ର ଅଧିନାୟକ ଅଭିମନ୍ୟୁ ଇସରୱାନ୍ ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଆକଳନ କରାଯାଉଛି । ତେବେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତ୍ତି ଆସିନାହିଁ।ବୁଧବାର ମିରପୁରରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଆଘାତ ହୋଇ ଏବେ ମୁମ୍ବାଇ ଫେରିଛନ୍ତି।

Leave A Reply

Your email address will not be published.