ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ ନେବାକୁ ଯାଇ ଏମାନେ ହତ୍ୟା କରିବା ଭଳି ଜଘଣ୍ୟ କାଣ୍ଡ କରିବାକୁ ପଛାଇ ନାହାଁନ୍ତି । ବରଗଡ ଜିଲ୍ଲା ପଂଚାୟତ କଲେଜ ନିକଟରେ ଦେବରାଜ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ହତ୍ୟା ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ରାକେଶ ବିଶ୍ୱାଳ ଓ ଜିତେନ୍ଦ୍ର ଭୋଇ ହତ୍ୟା କରିଥିଲେ । ଏମାନେ ହତ୍ୟାକାଣ୍ଡ କରିବା ପରେ ମୃତଦେହକୁ ତରବରିଆଭାବେ ଅଧା ପୋତି ପଳାଇଥିଲେ । ପରେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେବାରୁ ଧରପଗଡ ଆରମ୍ଭ ହୋଇଥିଲା । ୨ ଦିନ ମଧ୍ୟରେ ହତ୍ୟାକାରୀ ରାକେଶ ବିଶ୍ୱାଳ ଓ ଜିତେନ୍ଦ୍ର ଭୋଇଙ୍କୁ ଗିରଫ କରିବା ପରେ ସେମାନେ ହତ୍ୟାର କାରଣ କହିଛନ୍ତି । ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି । କେମିତି ସେମାନେ ଆକ୍ରମଣ କଲେ । ଆଉ ସେତେବେଳେ କଣ କଣ କରିଥିଲେ ସବୁ ସେମାନେ ଡେମୋ ଦେଖାଇଛନ୍ତି । ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଦେବରାଜଙ୍କୁ କାହିଁକି ହତ୍ୟା କଲେ ସେ ବାବଦରେ ମଧ୍ୟ ଅଭିଯୁକ୍ତମାନେ କହିଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତେବେ ପୂର୍ବ ଶତ୍ରୁତା ପାଇଁ ଜଣେ ଯୁବକଙ୍କ ଜୀବନ ନେବା ଅମାନବୀୟ ଘଟଣା । ତୁରନ୍ତ ଏହି ଘଟଣାରେ ଦୋଷୀକୁ କଠିନ ଦଣ୍ଡ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।
BREAKING NEWS
- ଚୋରା ବନ୍ଧୁକ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀ କାବୁ, ଅସ୍ତ୍ରଶସ୍ତ୍ର ଉଦ୍ଧାର
- ମଣିଷର ବ୍ଲଡ ଗ୍ରୁପ୍ କିପରି ନିର୍ଣ୍ଣୟ କରାଯାଏ?
- ମନମୋହୁଛି ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ; ଗତ ୫ ବର୍ଷରେ ଆସିଛନ୍ତି ସର୍ବାଧିକ ଏହି ଦେଶର ପର୍ଯ୍ୟଟକ…
- OSSTET- ୨୦୨୫ ପରୀକ୍ଷା ହେବ ଏହି ଦିନ… ଆଜି ଠାରୁ ଆବେଦନ ଆରମ୍ଭ
- ପାକିସ୍ତାନ ସଂସଦରେ ଗଧ, ଭିଡିଓ ଭାଇରାଲ…
- ସାରଥିଙ୍କ ସମେତ ଅନ୍ୟ ୫ ଜଣଙ୍କ ବିରୋଧରେ ଚାଲିବ ମାମଲା
- ଏଣିକି ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଆଉ ହେବନି ଅବହେଳା, ସରକାର ଆଣିବେ ନୂଆ ବ୍ୟବସ୍ଥା
- ସୁପ୍ରିମକୋର୍ଟରେ ପହଞ୍ଚିଲା ଇଣ୍ଡିଗୋ ବିମାନ ସଙ୍କଟ…
- ୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ
- ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…
Comments are closed.