Latest Odisha News

BREAKING NEWS

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

Two Accused arrest

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ ନେବାକୁ ଯାଇ ଏମାନେ ହତ୍ୟା କରିବା ଭଳି ଜଘଣ୍ୟ କାଣ୍ଡ କରିବାକୁ ପଛାଇ ନାହାଁନ୍ତି । ବରଗଡ ଜିଲ୍ଲା ପଂଚାୟତ କଲେଜ ନିକଟରେ ଦେବରାଜ ପାଣିଗ୍ରାହୀ ନାମକ ଜଣେ ଯୁବକଙ୍କୁ ହତ୍ୟା ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ରାକେଶ ବିଶ୍ୱାଳ ଓ ଜିତେନ୍ଦ୍ର ଭୋଇ ହତ୍ୟା କରିଥିଲେ । ଏମାନେ ହତ୍ୟାକାଣ୍ଡ କରିବା ପରେ ମୃତଦେହକୁ ତରବରିଆଭାବେ ଅଧା ପୋତି ପଳାଇଥିଲେ । ପରେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେବାରୁ ଧରପଗଡ ଆରମ୍ଭ ହୋଇଥିଲା । ୨ ଦିନ ମଧ୍ୟରେ ହତ୍ୟାକାରୀ ରାକେଶ ବିଶ୍ୱାଳ ଓ ଜିତେନ୍ଦ୍ର ଭୋଇଙ୍କୁ ଗିରଫ କରିବା ପରେ ସେମାନେ ହତ୍ୟାର କାରଣ କହିଛନ୍ତି । ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ କରାଇଛି । କେମିତି ସେମାନେ ଆକ୍ରମଣ କଲେ । ଆଉ ସେତେବେଳେ କଣ କଣ କରିଥିଲେ ସବୁ ସେମାନେ ଡେମୋ ଦେଖାଇଛନ୍ତି । ଇଲେକ୍ଟ୍ରିସିଆନ ଭାବେ କାମ କରୁଥିବା ଦେବରାଜଙ୍କୁ କାହିଁକି ହତ୍ୟା କଲେ ସେ ବାବଦରେ ମଧ୍ୟ ଅଭିଯୁକ୍ତମାନେ କହିଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ତେବେ ପୂର୍ବ ଶତ୍ରୁତା ପାଇଁ ଜଣେ ଯୁବକଙ୍କ ଜୀବନ ନେବା ଅମାନବୀୟ ଘଟଣା । ତୁରନ୍ତ ଏହି ଘଟଣାରେ ଦୋଷୀକୁ କଠିନ ଦଣ୍ଡ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Comments are closed.