ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କେରେଡାଙ୍ଗ ଗାଁର ନରେନ୍ଦ୍ରଙ୍କୁ ମୋନିକା ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ପାରିବାରିକ ଜୀବନ ବେସ ଭଲରେ ଚାଲିଥିଲା । ହେଲେ କିଛିଦିନ ପରେ ନରେନ୍ଦ୍ର ମୋନିକାଙ୍କ ଉପରେ ସନ୍ଦେହ କରିଥିଲେ । ମୋନିକାଙ୍କ ପରକୀୟା ପ୍ରୀତି ସନ୍ଦେହ କରି ଅନେକଥର ଝଗଡା ମଧ୍ୟ କରିଛନ୍ତି । ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହେବାରୁ ନରେନ୍ଦ୍ର ତାଙ୍କ ସ୍ତ୍ରୀ ମୋନିକାଙ୍କୁ ହତ୍ୟା କରିଥିଲେ । ଏହାପରେ ଦୁଃଖ ସମ୍ଭାଳି ନପାରି ନିଜ ଜୀବନ ମଧ୍ୟ ହାରି ଦେଇଥିଲେ । ମୋନିକାଙ୍କୁ ହତ୍ୟା ପରେ ସେ ଏକ ଭିଡିଓ ଜାରି କରି ସମସ୍ତ କଥା କହିଛନ୍ତି । ମୃତ୍ୟୁ ଆଗରୁ କାହିଁକି ସେ ଏପରି କାଣ୍ଡ ଭିଆଇଲେ ସେ ବାବଦରେ କହିଛନ୍ତି । ଏହି ଘଟଣା ପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
BREAKING NEWS
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
- ୧୦ ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେଲା ନ୍ୟାୟ ଓ ସମାଧାନର ବିକଳ୍ପ ମଞ୍ଚ ନାରୀ ଅଦାଲତ
Comments are closed.