ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କେରେଡାଙ୍ଗ ଗାଁର ନରେନ୍ଦ୍ରଙ୍କୁ ମୋନିକା ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ପାରିବାରିକ ଜୀବନ ବେସ ଭଲରେ ଚାଲିଥିଲା । ହେଲେ କିଛିଦିନ ପରେ ନରେନ୍ଦ୍ର ମୋନିକାଙ୍କ ଉପରେ ସନ୍ଦେହ କରିଥିଲେ । ମୋନିକାଙ୍କ ପରକୀୟା ପ୍ରୀତି ସନ୍ଦେହ କରି ଅନେକଥର ଝଗଡା ମଧ୍ୟ କରିଛନ୍ତି । ଉଭୟଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହେବାରୁ ନରେନ୍ଦ୍ର ତାଙ୍କ ସ୍ତ୍ରୀ ମୋନିକାଙ୍କୁ ହତ୍ୟା କରିଥିଲେ । ଏହାପରେ ଦୁଃଖ ସମ୍ଭାଳି ନପାରି ନିଜ ଜୀବନ ମଧ୍ୟ ହାରି ଦେଇଥିଲେ । ମୋନିକାଙ୍କୁ ହତ୍ୟା ପରେ ସେ ଏକ ଭିଡିଓ ଜାରି କରି ସମସ୍ତ କଥା କହିଛନ୍ତି । ମୃତ୍ୟୁ ଆଗରୁ କାହିଁକି ସେ ଏପରି କାଣ୍ଡ ଭିଆଇଲେ ସେ ବାବଦରେ କହିଛନ୍ତି । ଏହି ଘଟଣା ପରେ ପୋଲିସ ଉଭୟ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ପରକୀୟା ପ୍ରୀତି ପାଇଁ ଏଭଳି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
BREAKING NEWS
- ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍; ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ
- ଆଜି ୪ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା; ୨୪ ଯାଏଁ ରାଜ୍ୟରେ ବର୍ଷା
- ଶ୍ରୀ ଭାଗବତ ସାର ୭୨: ଦେବତାମାନେ ମନ୍ତ୍ରର ଅଧୀନ, ସେହି ମନ୍ତ୍ର ବ୍ରାହ୍ମଣ ମାନଙ୍କ ଅଧୀନ; ତେଣୁ ବ୍ରାହ୍ମଣମାନେ ହିଁ ଦେବତା
- କମ୍ପିଟିଟିଭ୍ ପରୀକ୍ଷା ପାଇଁ ପିଲାଙ୍କୁ କୋଚିଂ ସେଣ୍ଟରରେ ପଢ଼ାଇବେ ସାଂସଦ ଅପରାଜିତା ଷଡ଼ଙ୍ଗୀ
- ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ
- କାହିଁକି ହଜିବାକୁ ଚାହାଁନ୍ତି ଅଭିଷେକ ବଚ୍ଚନ…
- ରଥଯାତ୍ରା ପୂର୍ବରୁ ପୁରୀରେ ଜଳବାହିତ ରୋଗ ନିବାରଣ ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ
- ଅପରେସନ ସିନ୍ଧୁ: ଇରାନରୁ ଫେରିବେ ୧୧୦ ଭାରତୀୟ ଛାତ୍ରଛାତ୍ରୀ
- ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ କରି ଯୁବକ ଗିରଫ
- ଇସ୍ରାଏଲ ବହୁତ ବଡ଼ ଭୁଲ କରିଦେଇଛି; ଇରାନ କେବେ ଆତ୍ମସମର୍ପଣ କରିବନି: ଖାମେନି
Comments are closed.