Latest Odisha News

BREAKING NEWS

+୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ଜୁନ ୯ ରେ ପ୍ରକାଶ ପାଇବ

ଭୁବନେଶ୍ୱର : ଜୁନ ୯ ରେ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜଣାଇଛନ୍ତି ।

ବାର୍ଷିକ ୨ କଳା ଓ ବାଣିଜ୍ୟ ସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ମଧ୍ୟ ଘୋଷିତ ହେବାକୁ ସ୍ଥିର ହୋଇଛି ।

ଏହିବର୍ଷ ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ସମୟରେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଖାତାଦେଖା ବାଧାପ୍ରାପ୍ତ ହୋଇଥିଲା । ତେବେବି ମୂଲ୍ୟାୟନ ଠିକ୍ ସମୟରେ ହୋଇ ଯଥାସମୟରେ ଫଳାଫଳ ପ୍ରକାଶିତ ହେଉଥିବା କଥା କହିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।

Leave A Reply

Your email address will not be published.