Latest Odisha News

BREAKING NEWS

ଓଡ଼ିଶାରେ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତିଲ୍ ହେବ ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ । ସୋମବାର ସୁପ୍ରିମକୋର୍ଟ ଏଭଳି କଡ଼ା ନିର୍ଦ୍ଦେଶ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୟ କିଷାନ କୌଲ୍ କହିଛନ୍ତି, କୋର୍ଟକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏଥିପାଇଁ ଜଷ୍ଟିସ୍ କୌଲ୍ ପୋଲିସ ସୁରକ୍ଷା ମାଗିଛନ୍ତି । କୋର୍ଟ କାର୍ଯ୍ୟ ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଧ୍ୟାନ ଦେଇ ପୋଲିସ ବ୍ୟବସ୍ଥା କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଆନ୍ଦୋଳନରତ ଓକିଲଙ୍କୁ ଟିପ୍ପଣୀ କରି ଜଷ୍ଟିସ୍ କୌଲ୍ କହିଛନ୍ତି, ଆପଣମାନେ ଓଡ଼ିଶାରେ ୫ଟି ହାଇକୋର୍ଟ ଚାହୁଁଛନ୍ତି । ରାଜ୍ୟ କେତେ ବଡ଼ ? ଆପଣମାନେ କଣ ଗୋଟିଏ ଘର ବାହାରେ ଗୋଟିଏ ହାଇକୋର୍ଟ ଚାହାଁନ୍ତି ? ଓକିଲ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଲାଇସେନ୍ସ ବାତିଲ୍ ଲାଗି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.