Latest Odisha News

BREAKING NEWS

ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ସୁରଟ: ଚାଲିଛି ଲିଜେଣ୍ଡସ୍ ଲିଗ କ୍ରିକେଟ। ଆଜି ପୁଣି ମଇଦାନକୁ ଓହ୍ଲାଇବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଲିଜେଣ୍ଡସ୍ ଲିଗ କ୍ରିକେଟରେ ପୁଣି ମଣିପାଲ ଟାଇଗର୍ସ ସହ ଲଢ଼େଇ କରିବ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଟିମ୍। ତେବେ ଏହି ଲିଗରେ ଗତ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଚମତ୍କାର ପ୍ରଦର୍ଶନ କରି ୨ ରନରେ ମଣିପାଲ ଟାଇଗର୍ସକୁ ପରାସ୍ତ କରିଥିଲା। ଏବେ ପୁଣି କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଦ୍ୱିତୀୟ ବିଜୟ ଉପରେ ନଜର ରଖିଛି।

ରାଜସ୍ଥାନର ଯୋଧପୁରସ୍ଥିତ ବରକତୁଲ୍ଲା ଖାନ୍ ଷ୍ଟାଡିୟମରେ ଖେଳାଯାଇବା ପ୍ରଥମ ମ୍ୟାଚରେ ଓଡ଼ିଶା ବିଜୟ ହୋଇଥିଲା। ଏବେ ପରବର୍ତ୍ତୀ ମ୍ୟାଚ୍ ସୁରଟରେ ସେପ୍ଟେମ୍ବର ୨୭ ଅର୍ଥାତ୍ ଆଜି ଖେଳାଯିବ। ଏହି ମ୍ୟାଚରେ ପୁଣିଥରେ ମଣିପାଲ ଟାଇଗର୍ସ ସହିତ ମୁହାଁମୁହିଁ ହେବ ଇରଫାନଙ୍କ ଟିମ୍। ଯାହା ସୁରଟର ଲାଲବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯିବ।

ତେବେ କହିରଖୁଛୁ, ଏବେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏପରି ସ୍ଥଳେ ଯଦି ପାଗ ଯୋଗୁଁ ମ୍ୟାଚ୍ ବାତିଲ ହୁଏ ତେବେ ପ୍ରତ୍ୟେକ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ପ୍ରଦାନ କରାଯିବ।

Leave A Reply

Your email address will not be published.