ନୂଆଦିଲ୍ଲୀ : ବିହାରରେ ଆରଜେଡିର ଯେଉଁ ଶୋଚନୀୟ ପରାଜୟ ହୋଇଛି, ସେଥିରୁ କ’ଣ ଶିଖିଲେ ଲାଲୁ ଯାଦବ ଏବଂ ତେଜସ୍ବୀ ଯାଦବ । ଯେଉଁ MY ସମୀକରଣକୁ ନେଇ ଏଯାଏ ଲାଲୁ ଏବଂ ତାଙ୍କ ପୁଅ ଛାତି ପିଟୁଥିଲେ, ସେହି ମୁସଲିମ ଓ ଯାଦବ ବର୍ଗର ଭୋଟ୍ ଲାଲୁ ପରିବାରର ହାତ ଛାଡ଼ି ଦେଇଛନ୍ତି । ସେପଟେ ଏନ୍ଡିଏ ମହାଗଠବନ୍ଧନର ଭୋଟ୍ କାଟିବାରେ ହାସଲ କରିଛି ବଡ଼ ସଫଳତା…
ବିହାରର ପ୍ରତ୍ୟେକ ଅଞ୍ଚଳରେ ଏଥର ଏନ୍ଡିଏ ଜଲୱା ଦେଖାଇଛି । ସେ ସୀମାଞ୍ଚଳ ହେଉ କି ମିଥିଳାଞ୍ଚଳ ଅବା ମଗଧ… ସବୁଠି କେବଳ ଏନ୍ଡିଏ ହିଁ ଏନ୍ଡିଏ ନଜର ଆସିଛି । ପ୍ରତ୍ୟେକ ଅଞ୍ଚଳରେ ଏନ୍ଡିଏକୁ ୬ରୁ ୧୫ଟି ଆସନର ଫାଇଦା ମିଳିଛି । ଅନ୍ୟପଟେ ମହାଗଠବନ୍ଧନରେ ସାମିଲ ଦଳଗୁଡ଼ିକର ପ୍ରଦର୍ଶନ ଶୋଚନୀୟ ରହିଛି…ତେବେ ଏତେ ବଡ଼ ନିର୍ବାଚନ ଓ ଏନ୍ଡିଏର ବମ୍ପର ବିଜୟ କ’ଣ ଶିକ୍ଷା ଦେଇଛି? ଆରଜେଡି ପାଇଁ ଏହି ନିର୍ବାଚନ ବଡ଼ ଶିକ୍ଷା ଦେଇଛି । ମୁସଲିମ ଓ ଯାଦବ ବ୍ୟତୀତ ଆରଜେଡିକୁ ଅନ୍ୟ କେହି ଭୋଟ୍ କରୁନାହାନ୍ତି । ତେବେ କ’ଣ ଦଳ ଏହି ଇମେଜକୁ ବଦଳାଇବା ପାଇଁ ପ୍ରୟାସ କରିଛି… ଏହାର ଉତ୍ତର ହେଉଛି ନା…ସବୁଠୁ ବଡ଼ ସମସ୍ୟା ଲାଲୁ ଯାଦବଙ୍କ ରହିଛି । ସମୟ ଅନୁସାରେ ଲାଲୁ ନିଜର ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ପାରିଲେ ନାହିଁ, କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ସନ୍ତୁଷ୍ଟ କରିବାରେ ଆରଜେଡି ଲାଗିଲା…ତେଣୁ, ଅନ୍ୟ ବର୍ଗର ଭୋଟ୍ ପାଇବାରେ ବିଫଳ ହେଲା ।
ଅନ୍ୟପଟେ ନୀତୀଶ କୁମାରଙ୍କ ପାଖରୁ ଶିଖିବା ଉଚିତ୍ । ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଏଥର ତମାମ ନିର୍ବାଚନରେ ବିରୋଧୀ ବଡ଼ ପ୍ରସଙ୍ଗ କରିଥିଲେ । ହେଲେ ପ୍ରତି ଥର ନୀତୀଶ ନିଜକୁ କୋର୍ସ କରେକ୍ସନ୍ କରିଥିଲେ ଏବଂ ମଜଭୁତ ହୋଇ ଆସିଲେ । ୨୦୨୪ ପରେ ବିଜେପି ମଧ୍ୟ ଗୋଟିକ ପରେ ଗୋଟିଏ କୋର୍ସ କରେକ୍ସନ୍ କରୁଛି…ତମାମ ଦୁର୍ବଳ ଦିଗ ଉପରେ କାମ କରିଛି, କିନ୍ତୁ କଂଗ୍ରେସ ଏଥର ବି ନିଜକୁ ଅତ୍ୟନ୍ତ ସୀମିତ ଭିତରେ ରଖିଲା । ବିହାର ନିର୍ବାଚନ ଗ୍ରାଣ୍ଡ ଓଲ୍ଡ ପାର୍ଟି ପାଇଁ ଏକ ବଡ଼ ପ୍ଲାଟଫର୍ମ ଥିଲା…ଏଠାରୁ ଦଳ କମ୍ବ୍ୟାକ୍ କରିବାର ସୁଯୋଗ ପାଇଥିଲା, ହେଲେ ଲୋକଙ୍କ ଆସ୍ଥାଭାଜନ ପରିବର୍ତ୍ତେ କଂଗ୍ରେସ ନିଜକୁ ଆହୁରି ପଛକୁ ଠେଲିଦେଲା ।
ତେବେ ଯେବେଠାରୁ ଦେଢ଼ କୋଟି ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଲା, ସେବେଠାରୁ ନିର୍ବାଚନକୁ ନିଜ ପକ୍ଷକୁ ନେଇ ସାରିଥିଲା ଏନ୍ଡିଏ…ମୋଦି ଓ ଶାହଙ୍କ ଇଲେକ୍ସନ୍ ଇଞ୍ଜିନିୟରିଂ ଓ ନୀତୀଶ କୁମାରଙ୍କ ସାଇଲେଣ୍ଟ ଷ୍ଟ୍ରାଟେଜି, ଏନ୍ଡିଏକୁ ବିପୁଳ ବିଜୟ ଦେଇଛି, ଏଥିରେ ଆଦୌ ସନ୍ଦେହ ନାହିଁ ।
BREAKING NEWS
- ସୟେଦ ମୁସ୍ତାକ ଅଲୀ ଟ୍ରଫି: ଓଡିଶାର ବିଜୟ ଅଭିଯାନ ଜାରୀ
- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନରେ ପୁଣି ଆରମ୍ଭ ହେବ ନୌକା ବିହାର
- Israel, Hamas Update: ଶାନ୍ତି ଚୁକ୍ତିରେ ରାଜି ହେଲା ହମାସ, ଇସ୍ରାଏଲ କ’ଣ ରାଜି ହେବ?
- ଇଣ୍ଡିଗୋ ସଙ୍କଟ: କମ୍ପାନୀ ପକ୍ଷରୁ ଆଜି ୬୫୦ ବିମାନ ବାତିଲ
- ଆଉ ୬ ଜଣ ୱାରେଣ୍ଟ୍ ଆସାମୀଙ୍କୁ ପଳାତକ ଘୋଷଣା
- Shyok Tunnel in Ladakh: ସେନାର ଗତିବିଧି ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ହେବ ସହଜ…ଉଦଘାଟନ ହେଲା ଶ୍ୟୋକ୍ ଟନେଲ୍
- ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
- ଦିବାରାତ୍ର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ
- ପୋଲିସ୍ ଏସଆଇ ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଗିରଫ..
- ପଲାଶଙ୍କ ସହ ବିବାହ ନେଇ ବଡ ଖୁଲାସା କଲେ ସ୍ମୃତି
Comments are closed.