Latest Odisha News

BREAKING NEWS

ଲାଟ୍ରିନ ଟ୍ୟାଙ୍କ ନିର୍ମାଣ ବେଳେ ଅଘଟଣ : ଶ୍ବାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ଟିକିରି ଥାନା ଶଙ୍କରଦା ପଞ୍ଚାୟତ ପଞ୍ଚାଳି ଗାଁରେ ଅଭାବନୀୟ ଘଟଣା । ନିର୍ମାଣାଧୀନ ଲାଟ୍ରିନ ଟ୍ୟାଙ୍କରେ କାମ କରିବା ସମୟରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ପଣସ ପଦର ଗାଁର ଗୋବିନ୍ଦ କୁମ୍ଭାର ଓ ପଞ୍ଚାଲି ଗାଁର ସୀମା ମାଝି । ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିନଥିବା ବେଳେ, ତାଙ୍କ ଘର କଂସାରିଗୁଡାରେ ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ, ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ ।

ସୂଚନା ଅନୁସାରେ, ୩ ମୃତକ ପଞ୍ଚାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ନୂଆ ଲାଟ୍ରିନ ଟ୍ୟାଙ୍କ ନିର୍ମାଣ କରୁଥିଲେ । ଆଜି କାମର ସ୍ଲାବ ଫଲସ ଛଡ଼ାଇବା କାମ ଚାଲିଥିଲା । ହେଲେ ଅପରାହ୍ନରେ ଲାଟ୍ରିନ୍ ଟାଙ୍କି ଭିତରୁ ଏହି ୩ ଜଣ ଶ୍ରମିକ ନଆସିବାରୁ ସେହି ଗାଁର ରାଜା ରାଓ ଟାକ୍ରିଙ୍କର ସନ୍ଦେହ ହୋଇଥିଲା । ସ୍ଥିତି ଅନୁଧ୍ୟାନ ପାଇଁ ରାଜା ରାଓ ଲାଟ୍ରିନ୍ ଟ୍ୟାଙ୍କ ନିକଟରେ ପହଞ୍ଚିଥିଲେ । କିନ୍ତୁ ଟାଙ୍କି ଭିତରୁ ଆସୁଥୁବା ଦୁର୍ଗନ୍ଧରେ ସେ ଅଚେତ ହୋଇ ପଡିଥିଲେ । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ରାଜା ରାଓଙ୍କୁ ଟିକିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି । ବିପଦ ମୁକ୍ତ ଅବସ୍ଥାରେ ଅଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ହେଲେ ଟାଙ୍କ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ ।

Leave A Reply

Your email address will not be published.