Latest Odisha News

BREAKING NEWS

ସ୍କାନ୍ ଷ୍ଟିଲର ବୁଡ଼ାକଟା ୟୁନିଟ-୨ରେ ବିସ୍ଫୋରଣ: ଜଣେ ଗୁରୁତର, ୨ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ରେ ଆଜି ବଡ଼ ଧରଣର ଅଘଟଣ ହୋଇଛି । କାରଖାନାର ଫର୍ଣ୍ଣେସରେ ବିସ୍ଫୋରଣ ଘଟିଛି । ନିଆଁ ଓ ଉତ୍ତପ୍ତ ତରଳ ଧାତୁ ସଂସ୍ପର୍ଶରେ ଆସି କାର୍ଯ୍ୟରତ ଜଣେ କର୍ମଚାରୀ ଗୁରୁତର। ଅନ୍ୟ ଦୁଇ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ବିସ୍ଫୋରଣରେ ଆହୁରି ଆହତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ବିସ୍ଫୋରଣର ଏତେ ଜୋର ଥିଲା ଯେ ତାହା ଫଳରେ ଆଖପାଖ ୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ଆଖପାଖର ଅଧିକାଂଶ ଅଞ୍ଚଳ ଧୂଆଁମୟ ହୋଇ ଉଠିଥିବାବେଳେ ଲୋକେ ଭୟବୀତ ହୋଇପଡ଼ିଥିଲେ । ଖବର ପାଇ କୁତ୍ରା ଅଗ୍ନିଶମ ବାହିନୀ କାରଖାନାରେ ପହଁଚି ନିଆଁ କୁ ଆୟତ୍ତ କରିଥିଲେ । କମ୍ପାନୀ କର୍ତୃପକ୍ଷ ଏନେଇ କୌଣସି ତଥ୍ୟ ଦେବାକୁ କୁଣ୍ଠା ପ୍ରକାଶ କରିବା ସହ ଘଟଣା ପ୍ରଘଟ ନହେବାକୁ ଉଦ୍ୟମ ଜାରି ରଖିଛନ୍ତି।

 

Comments are closed, but trackbacks and pingbacks are open.