Latest Odisha News

BREAKING NEWS

ଆଜି ରାଜ୍ୟରେ ୨୨୧୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୭୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।

ରାଜ୍ୟରେ ଆଜି ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୨୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। କଟକରୁ ୩୧୧, ସମ୍ବଲପୁରରୁ ୧୭୯, ଝାରସୁଗୁଡ଼ାରୁ ୧୫୬, ମୟୂରଭଂଜରୁ ୮୦, ସୁବର୍ଣ୍ଣପୁରରୁ ୫୬, ଯାଜପୁରରୁ ୪୭, ପୁରୀରୁ ୪୪, ଦେବଗଡ଼ରୁ ୩୭, ଅନୁଗୁଳ, ବଲେଶ୍ୱରରୁ ୩୪ ଜଣ ଲେଖାଏଁ ଓ ଢେଙ୍କାନାଳରୁ ୨୮, ଜଗତସିଂହପୁର, ନବରଂଗପୁରରୁ ୨୪ ଜଣ ଲେଖାଏଁ, ରାୟଗଡ଼ାରୁ ୨୧, କନ୍ଧମାଳରୁ ୧୭, ଗଂଜାମ, ନୟାଗଡ଼ରୁ ୧୫-୧୫, ବରଗଡ଼, ବଲାଙ୍ଗୀରରୁ ୧୪-୧୪, କେନ୍ଦ୍ରାପଡ଼ାରୁ ୯, ଗଜପତିରୁ ୮, ଭଦ୍ରକରୁ ୬, କଳାହାଣ୍ଡିରୁ ୪ ଓ ରାଜ୍ୟପୁଲରୁ ୧୦୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed, but trackbacks and pingbacks are open.