Latest Odisha News

BREAKING NEWS

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର ଗୁଳିଗୋଳା ଓ ବନ୍ଧୁକ ।

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦେଶର କୋଣ ଅନୁକୋଣରେ ମୁତୟନ ହୋଇଛନ୍ତି ପୋଲିସ, ଆର୍ମି ଓ ପାଲାମିଲିଟାରି ଫୋର୍ସ । ଚାଲିଥିଲା ଛାନଭିନ୍ । ହଠାତ୍ ଆସାମ ପୋଲିସକୁ ମିଳିଥିଲା କିଛି ଗୁପ୍ତ ସୂଚନା । ଖବର ପାଇ ଉଦଳଗୁରୀ ଜିଲ୍ଲାରୁ ଆସାମ ପୋଲିସ ଜବତ କରିଛି ଅତ୍ୟାଧୁନିକ ବନ୍ଧୁକ ଓ ବିପୁଳ ପରିମାଣର ଗୁଳିଗୋଳା ।

ଗୌହାଟୀ ସିଟି ପୋଲିସ ଓ ଉଦଳଗୁରି ପୋଲିସର ମିଳିତ ଟିମର ନେତୃତ୍ୱ ନେଇଥିଲେ ଗୌହାଟୀ ପୋଲିସ କମିଶନର ମୁନ୍ନା ପ୍ରସାଦ ଗୁପ୍ତା । ରିପୋର୍ଟ ଅନୁଯାୟୀ ଗୁରୁବାର ରାତିରେ ଗୁପ୍ତ ସୂଚନା ପାଇ ପୋଲିସ ଉଦଳଗୁରୀ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରିଥିଲା ।

ଚଢାଉରେ ଏକେ-୪୭ଭଳି ବନ୍ଧୁକଠାରୁ ଆରମ୍ଭ କରି ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ୍‌, ୮୦୦ରାଉଣ୍ଡରୁ ଅଧିକ ଗୁଳି ଓ ୨୦କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲେ ବି ଏ ଯାଏଁ କାହରି ଗିରଫଦାରୀ ହୋଇନଥିବା ଗୌହାଟି ପୋଲିସ କମିଶନର ମୁନ୍ନା ପ୍ରସାଦ ଗୁପ୍ତା ସୂଚନା ଦେଇଥିଲେ ।

Leave A Reply

Your email address will not be published.