Latest Odisha News

BREAKING NEWS

ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି

ଥାଇଲାଣ୍ଡ  : ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଥାଇଲାଣ୍ଡ ବୁଦ୍ଧ ମୂର୍ତ୍ତି । ଥାଇଲାଣ୍ଡରେ ନିର୍ମାଣ ହେଉଥିବା ବୁଦ୍ଧ ମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ୬୯ ମିଟର ଉଚ୍ଚତା ବିଶିଷ୍ଟ ବୁଦ୍ଧ ବ୍ୟାଙ୍କକରୁ ଦୃଶ୍ୟମାନ ହେବ ଯାହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।  ବ୍ୟାଙ୍କକ୍ ଉପକଣ୍ଠରେ ଥିବା ରୟାଲ୍ ୱାଟ୍ ପାକନାମ୍ ଫାସୀ ଚାରୋନ୍ ମନ୍ଦିର ୧୬୧୦ ମସିହାରୁ ଆରମ୍ଭ ହୋଇଥିଲା । ଚାଓ ଫ୍ରାୟା ନଦୀରୁ ପ୍ରବାହିତ କେନାଲ ଦ୍ୱାରା ସୃଷ୍ଟି ଏକ ଦ୍ୱୀପରେ ଏହା ଅବସ୍ଥିତ।

୨୦ ମହଲା ବିଶିଷ୍ଟ କୋଠା ଭଳି ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତିର କାର୍ଯ୍ୟ ୨୦୧୭ ରେ ଆରମ୍ଭ ହୋଇଥିଲା। ବୁଦ୍ଧ ମୂର୍ତ୍ତି ତମ୍ବାରେ ନିର୍ମିତ ଏବଂ ଏଥିରେ ସୁନା ପାଣି ଦିଆଯାଇଛି । ଏକ ପଦ୍ମ ଉପରେ ବୁଦ୍ଧଙ୍କ ପ୍ରତିମା ନିର୍ମିତ ହୋଇଛି। ଏହି ମୂର୍ତ୍ତି ଏତେ ଉଚ୍ଚ ଯେ ରାଜଧାନୀ ବ୍ୟାଙ୍କକରୁ ଦୃଶ୍ୟମାନ ହେବ । ମୂର୍ତ୍ତି ନିର୍ମାଣରେ ୧୬ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏହି ପ୍ରତିମୂର୍ତ୍ତି ପୂର୍ବ ଅପେକ୍ଷା ମନ୍ଦିରକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଦ୍ୱିଗୁଣିତ କରିଛି । ଥାଇଲ୍ୟାଣ୍ଡର ସୀମା ପର୍ଯ୍ୟଟକଙ୍କ ପାଇଁ ପୁନଃ ଖୋଲିବା ପରେ ଆହୁରି ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି।

 

Leave A Reply

Your email address will not be published.