Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଯାତ୍ରାପାର୍ଟି ଗାଡି ଓଲଟିବା ଘଟଣା, ମୃତକଙ୍କ ପରିବାରକୁ ୩ଲକ୍ଷ ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ଵର: ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ…

ଓଲଟିଲା ଯାତ୍ରାପାର୍ଟି ଟ୍ରକ, ୫ମୃତ

ବାରିପଦା: ଭାରସ୍ୟାମ ହରାଇ ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ । ଚାଲିଗଲା ୫ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବାରିପଦା ୪୯ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ,…

ଶିମିଳିପାଳରୁ ମାଳ ମାଳ ଦେଶୀ ବନ୍ଧୁକ ଜବତ

ବାରିପଦା: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ନଭେମ୍ବର ଓ ଡିସେମ୍ବର ମାସରେ ସର୍ଚ୍ଚ ଅପରେସନର ତୃତୀୟ ପର୍ଯ୍ୟାୟରେ ଉକ୍ତ ବନ୍ଧୁକ…

ଶିଶୁ ଯତ୍ନ ଅନୁଷ୍ଠାନର ସଫଳତା, ଡାହାଣୀ ସନ୍ଦେହରେ ବିତାଡିତ ମା’ସହ ଦଶ ବର୍ଷ ପରେ ଭେଟିଲା ଝିଅ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନରେ ନବମ ଶ୍ରେଣୀରେ ପାଠ ପଢୁଥିବା ମଧୁମିତା ସିଂ(ଛଦ୍ମନାମ)ଙ୍କ ପାଇଁ ୨୦୨୪ ଆଣିଦେଇଛି ଖୁସିର ଲହରୀ । ପିଲାଦିନରୁ ବାପାଙ୍କୁ ହରାଇଥିବା ଝିଅଟି ଭାବିଥିଲା ତା ମା ମଧ୍ୟ ଏଇ ଦୁନିଆରେ ନାହିଁ । କିନ୍ତୁ ରଖେ ହରି ତ ମାରେ କିଏ । ଶିଶୁ…

ଜିଲ୍ଲା ଓ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ସାଉଁଟିଲେ ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି

ବାରିପଦା: ଆନ୍ତର୍ଜାତିକ ମିଲେଟ୍‌ ବର୍ଷରେ ମିଲେଟ୍‌ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କର ଚାରିଜଣ ଗବେଷକ ଛାତ୍ରଛାତ୍ରୀମାନଙ୍କ ଗବେଷଣା…

ଶିମିଳିପାଳରେ ବାଘଙ୍କ ସୁରକ୍ଷା ଲାଗି ମୂତୟନ ହେବ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ

ମୟୁରଭଞ୍ଜ:  ଶିମିଳିପାଳରେ  ବ୍ୟାଘ୍ର ସୁରକ୍ଷା ଲାଗି ନୂଆ ପଦକ୍ଷେପ  । ମୂତୟନ ହେବେ ୧୪ ଅଲ ଓ୍ବେଦର କଷ୍ଟମାଇଜ୍ ବୋଲେରୋ । ସବୁଜ ରଙ୍ଗରେ ଏସବୁ ଗାଡିକୁ ସ୍ବତନ୍ତ୍ର ଭାବରେ ଶମିଳିପାଳ ପାଇଁ ଡିଜାଇନ୍ କରାଯାଇଛି । ଏବଂ ଏଗୁଡିକର ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ଖଞ୍ଜାଯାଇଛି ।…

ଦୁଇ ମହାବଳଙ୍କ ଲଢେଇରେ ଜିତିଲା କିଏ, ଜାଣନ୍ତୁ କାହିଁକି ଲାଗିଥିଲା ଲଢେଇ

ବାରିପଦା: ଲାଗିଛି ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ । ଛକାପଞ୍ଝାରେ ରହିଛନ୍ତି ଦୁହେଁ । କିଏ ଜିତିବ ବାଜି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ । ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ହୋଇଛି ଏହି ଲଢେଇ । ଲଢେଇର ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ…

କେବେ ବାହାରିବ ନିଷ୍କର୍ସ ? ଖୋଲିବ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ : ବର୍ତ୍ତମାନ ଶୀତ ଋତୁ ଚାଲିଛି  । ସାଧାରଣତଃ ଶୀତ ଋତୁରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟକୁ ଶହ ଶହ ପର୍ଯ୍ୟଟକଙ୍କର ସୁଅ ଛୁଟେ  । କିନ୍ତୁ ଅଭୟାରଣ୍ୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣା ନେଇ ଅଧିବାସୀମାନେ ଦାବି କରିଆସୁଥିଲେ  ।…

ଗଣିତ ପରୀକ୍ଷା ଦେବାକୁ ଚାଲିଲେ ୬ କିଲୋମିଟର…

ମୟୂରଭଞ୍ଜ : ଛାତ୍ରଛାତ୍ରୀଙ୍କୁ ୬ କିଲୋମିଟର ଚଲାଇଲେ ପ୍ରଧାନଶିକ୍ଷୟିତ୍ରୀ  । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା  । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୂତାବକ ଭାଲିଆଡିହା ପଞ୍ଚାୟତ କେଜିବିଭି ସ୍କୁଲ ଓ ଆଦିବାସୀ ହରିଜନ ସ୍କୁଲର ମୋଟ ୯୦…

ବାଧକ ସାଜିଲା ଭଙ୍ଗା ପୋଲ : ଆସିପାରିଲାନି ଆମ୍ବୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ କିଲୋମିଟର

ମୟୁରଭଞ୍ଜ : ପୁଣି ବାଧକ ସାଜିଲା ଭଙ୍ଗାପୋଲ  । ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ  । ବାଧ୍ୟ ହୋଇ ଚେତାଶୂନ୍ୟ ରୋଗୀକୁ ଦେଢକିଲୋମିଟର ବୋହିନେଲେ ପରିବାର ଲୋକ  । ସୂଚନା ମୂତାବକ ଉଦଳା-ବାଲେଶ୍ବର ରାସ୍ତାର କଇଁସାରୀ ଜାମୁଘାଟ  ପୋଲ ଦୀର୍ଘ ଦିନରୁ ଭାଙ୍ଗି ପଡିଛି । ଏହି ପୋଲ ଉପରେ…