Latest Odisha News

BREAKING NEWS

Browsing Category

କଟକ

Cuttack

[ଦେଖନ୍ତୁ ଭିଡିଓ] ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ: ମରିବାକୁ ନେଇ ଡରାଅ ନାହିଁ , ବଞ୍ଚିବାକୁ ଚାହେଁ

କଟକ: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି । ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି । …

ବଟି ନେଉଛି ପୁରୀ ପୁଲିସ: ମନ୍ତ୍ରୀ କହିଲେ ‘ଅବକାରୀ ବାବଦରେ ମୁଁ ନୂଆ’

କଟକ: ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡାଙ୍କ ଚିଠି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଅବକାରୀ କମିଶନର ଆଶିଷ ପଣ୍ଡା କିନ୍ତୁ କହିଛନ୍ତି, ତାଙ୍କୁ ଏ ଚିଠି ଆସିନି । ଯାହାକି ବିଡମ୍ବନାର ବିଷୟ। ଆଶିଷ ସିଂ ଜଣେ ଭଲ ଅଫିସର। ତାଙ୍କ ପାଖରୁ ପ୍ରେରଣା ପାଇ ସେ ଭଲ କାମ…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…

ଅନୁଭବ କାହିଁକି ପ୍ରଚାର ତାଲିକାରୁ ବାଦ୍ ପଡ଼ିଲେ ଜବାବ ରଖିଲେ ଦେବାଶିଷ

କଟକ: ସୋଶିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ଅଧ ଘଣ୍ଟାଏର ଏକ ଭିଡିଓ ଜାରି କରି ନିଜ ଭିତରେ ଥିବା ଅନେକ ଦୁଃଖକୁ ସର୍ବସାଧାରଣକୁ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ କଳାକାର ଅନୁଭବ ମହାନ୍ତି। ସେ ତାଙ୍କ ଭିଡିଓରେ ନିଜର ରାଜନୈତିକ କ୍ୟାରିଅରକୁ ନେଇ ଆଶଙ୍କା ପ୍ରକାଶ…

କାକଟପୁର ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ଦଣ୍ଡ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଜମି ଜବରଦଖଲକାରୀଙ୍କ ପକ୍ଷ ନଶୁଣି ଜୋରିମାନା ଲଗାଇବା ମହଙ୍ଗା ପଡିଛି । ଏଥିପାଇଁ ଓଡ଼ିଶା ହାଇକୋର୍ଟ କଟକ ଜିଲ୍ଲାର କାକଟପୁର ତହସିଲଦାରଙ୍କୁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଏକ ପ୍ରକାର ଦଣ୍ଡ ବୋଲି ହାଇକୋର୍ଟ କହିଛନ୍ତି। ପକ୍ଷ ନରଖି ଶୁଣାଣି କରିଥିଲେ …

ତାରା ତାରିଣୀ ପରେ କଟକ ଚଣ୍ଡି ମନ୍ଦିରର ହେବ ବିକାଶ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

କଟକ: ଗଞ୍ଜାମର ତାରା ତାରିଣୀ ମନ୍ଦିର ପରେ ଏବେ କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କର ହେବ ବିକାଶ। ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ବିକାଶ କାମ ଏକ ବର୍ଷରେ ଶେଷ ହେବ। ଭକ୍ତମାନଙ୍କ ପାଇଁ…

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…

ହାଇକୋର୍ଟରେ ଏଏସଆଇ ସତ୍ୟପାଠ: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ଚାଲିଛି, ମନ୍ଦିରକୁ କ୍ଷତି ପହଞ୍ଚାଇପାରେ

କଟକ: ପୁରୀ ଐତିହ୍ୟ ପ୍ରକଳ୍ପ ତିଆରି ନାଁରେ ଯେଉଁସବୁ ଦିଗକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ସୋମବାର ହାଇକୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରି କହିଛି, ଶ୍ରୀମନ୍ଦିର ଚାରିପାଖରୁ ମାଟି କାଢ଼ିବା ଓ ଖୋଳିବା ପରେ ପୁରୀରେ…

ବାପା-ମା’ଙ୍କ ସହିତ ହାଜର ହେବେ ସୁମିତ-ତପସ୍ବିନୀ

କଟକ : ସୁମିତ ଓ ତପସ୍ବିନୀ ସେମାନଙ୍କ ବାପା-ମାଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ମେ ୭ ତାରିଖ ଦିନ ୧ଟା ସମୟରେ ଅଭିଭାବକଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାପାଇଁ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।…

କେଉଁଠି ରହିବେ କଟକର ଡେପୁଟି ମେୟର ଦମୟନ୍ତୀ ମାଝୀ ?

କଟକ: କଟକ ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍ । କଟକ ଜଗତପୁରରେ ରହୁଥିବା ଦମୟନ୍ତୀଙ୍କ ଘରେ ନୋଟିସ୍ ଲଗାଇଛି ଇଡକୋ । ଜଗତପୁରର ଯେଉଁ ବସ୍ତିରେ ସେ ପରିବାର ସହ ରହୁଥିଲେ ସେଠାରୁ ହଟି ଯିବା ପାଇଁ ଇଡକୋ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ମେ ୧୦ ତାରିଖ ସୁଦ୍ଧା…