Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ ।…

ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ, କୋଭିଡ୍ ସ୍ଥିତି ସମୀକ୍ଷା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି । ବିଶେଷ କରି ରାଉରକେଲା ମହାନଗର ନିଗମରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଉରକେଲା ଗସ୍ତରେ ଯାଇ କୋଭିଡ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ…

ପରଲୋକରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ୍ ଅଫିସର ଲିଭିନସ କିଣ୍ଡୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଇଏଏସ୍ ଅଫିସର ଲିଭନିସ୍ କିଣ୍ଡୋଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ରାତି ସାଢେ ୧୦ଟାରେ ରାଜଗାଙ୍ଗପୁର ମାଲିଡିହି ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ସୁନ୍ଦରଗଡ଼ ଜିଲ୍ଲାର…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ ବନ୍ଦ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନାର ଲେଉଟାଣି । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭ୍ ଚିହ୍ନଟ ପରେ ବନ୍ଦ ହେଲା ସୁନ୍ଦରଗଡ଼ ସଦର ତହସିଲ୍ ଅଫିସ । ଏଠାରୁ ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଆଜି ପାଇଁ ଅଫିସକୁ ବନ୍ଦ…

ସମସ୍ତ ସରକାରୀ ହାଇସ୍କୁଲ ପାଇବ ନୂଆ ରୂପ, ‘ସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାଫଳରେ ସ୍କୁଲର ପରିବେଶକୁ…

ଛତିଶଗଡ଼ରେ ମାଡୁଛି ମହାମାରୀ, ପଶ୍ଚିମ ଓଡ଼ିଶା ଏହି ୪ ଜିଲ୍ଲାରେ ବଢୁଛି ଭାଇରସ୍ ଭୟ

ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ ହୋଇଛି । ତାଙ୍କ ନାଁ ପର୍ଶୁରାମ ନାଏକ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଚଳାଇଛନ୍ତି ରାଉରକେଲା ଭିଜିଲାନ୍ସ ଡିଭିଜନର ଟିମ୍ ।…

ବନ୍ଦ ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ-ଶ୍ୱଶୁର ଫେରାର

ସୁନ୍ଦରଗଡ଼: ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ବାହାରୁ ଘର ବନ୍ଦ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ । ମୃତକ ହେଲେ ବିଭୂତି ବେହେରାଙ୍କ ପତ୍ନୀ…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର, କାରଣ ଅସ୍ପଷ୍ଟ

ସୁନ୍ଦରଗଡ଼: ବାଇକରେ ଆସି ଗୁଳିମାଡ଼ କଲେ ଦୁର୍ବୃତ୍ତ । ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସଷ୍ଟାଣ୍ଡ ନିକଟରେ ଏହି ଗୁଳିମାଡ଼ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ଗହଣା ଦୋକନୀ ପୁଅଙ୍କ ସମେତ ୨ଜଣ ଗୁରୁତର ହୋଇଛନ୍ତି । ବାଇକରେ ତିନି ଜଣ ଦୁର୍ବୃତ୍ତ ଆସି…

ଗଞ୍ଜେଇ ଚାଲାଣ ରାକେଟରେ ମହିଳା, ୪ ଜଣ ଗିରଫ

ସୁନ୍ଦରଗଡ଼: ଗଞ୍ଜେଇ ଚାଲାଣ ରାକେଟରେ ମହିଳା । କାରରେ ଚାଲାଣ ବେଳେ ଧରିଲା ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସ । ଜଣେ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଛନ୍ତି । ଟାଉନ୍ ଥାନା ଅନ୍ତର୍ଗତ ରାଣୀବଗିଚା ବାଇପାସ ନିକଟରୁ ଗାଡ଼ି ଓ ଗଞ୍ଜେଇ ଜବତ ହୋଇଛି । ପୋଲିସ ଜବତ କରିଛି ୭୦ କିଲୋଗ୍ରାମ୍ ଗଞ୍ଜେଇ ।…