Latest Odisha News

BREAKING NEWS

Browsing Category

ସୁନ୍ଦରଗଡ଼

Sundargarh

ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ପ୍ରସୂତିଙ୍କ ଜୀବନ

ସୁନ୍ଦରଗଡ଼: ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପ୍ରସବ ପରେ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ପ୍ରସୂତିଙ୍କ ଜୀବନ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତଲସେରା ପାତ୍ରାଟୋଲି ବସ୍ତିରେ ଘଟିଛି ଏହି ଘଟଣା । ପ୍ରସବ ବେଦନା ହେବାରୁ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ…

ସୁନ୍ଦରଗଡ଼ ନବୋଦୟ ବିଦ୍ୟାଳୟରୁ ଆଉ ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ପୁଣି ୫୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ମଙ୍ଗଳବାର ୩୬ ଜଣ ପିଲା ସଂକ୍ରମିତ ହୋଇଥିଲେ । ଏକାଥରକରେ ଏତେ ପିଲା ସଂକ୍ରମିତ ଚିହ୍ନଟ ହେବା ନେଇ ଅଞ୍ଚଳରେ…

କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧୀ ରୋଡ଼ରେ ଥିବା କପଡ଼ା ଦୋକାନରେ ଗତକାଲି ରାତି ୧୧ଟା ପରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ଲକ୍ଷାଧିକ ଟଙ୍କା ସମ୍ପତ୍ତିର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଦୋକାନ ସମେତ ଗୋଦାମରେ…

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଝିଅ

ସୁନ୍ଦରଗଡ଼: ମହିଳାଙ୍କୁ କଚାଡ଼ି ମାରିଲା ହାତୀ । ଏହିପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ ସାନଦଲକି ଗାଁରେ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ । ସୂଚନା ଅନୁସାରେ, ଗାଁରେ ଏକ ଦନ୍ତା ହାତୀ…

ବିଧାୟକ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର

ରାଉରକେଲା: ବିଧାୟକ ନିଖୋଜ ନେଇ ଲାଗିଲା ପୋଷ୍ଟର । ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ନେଇ ପୋଷ୍ଟର ଲାଗିଛି । ରାଉରକେଲା ସେକ୍ଟର-୬ ହିଲଟପ୍ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି, ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ…

[ଭିଡ଼ିଓ]୯ବର୍ଷ ବାଳକର ଚିକିତ୍ସା ପାଇଁ ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼

ରାଜଗାଙ୍ଗପୁର: ପୁଅର ଚିକିତ୍ସା ପାଇଁ ଘରୋଇ ଓ ସରକାରୀ ଡ଼ାକ୍ତରଖାନାକୁ ବାରମ୍ବାର ଦୌଡ଼ୁଥିଲେ ପିତା । ଡ଼ାକ୍ତର ଅସ୍ତ୍ରୋପ୍ରଚାର ପାଇଁ କହିଥିଲେ । ଅସ୍ତ୍ରୋପ୍ରଚାର ପାଇଁ ଟଙ୍କା ନଥିବାରୁ ପୁରା ପରିବାର ଚିନ୍ତାରେ ପଡ଼ିଥିଲେ । ଶେଷରେ ୯ବର୍ଷ ବାଳକର ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ସୁନ୍ଦରଗଡ଼ ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ଜଣ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍ । ସେଣ୍ଟ ମେରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୭ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି । ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସ୍କୁଲ ଖୋଲାଯାଇଥିଲା । ୩ଦିନ…

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧: ସୁନ୍ଦରଗଡ ଶ୍ରେଷ୍ଠ ଜିଲ୍ଲା, ରାଉରକେଲାକୁ ୱାନ୍ ଷ୍ଟାର ମାନ୍ୟତା

ରାଉରକେଲା: ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ ତରଫରୁ ହୋଇଥିଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ । ଏଥିରେ ଓଡିଶାର ସୁନ୍ଦରଗଡ ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା । ସହରାଂଚଳରେ ପରିମଳ ପରିଚାଳନା କ୍ଷେତ୍ରରେ ସଫଳତା ପାଇଁ ଜିଲ୍ଲାକୁ ଏହି ପରିଚୟ ମିଳିଛି ।…

ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶିକା ପରୀକ୍ଷା କୋଚିଂ ବ୍ୟବସ୍ଥା

ସୁନ୍ଦରଗଡ: ପ୍ରବେଶିକା ପରୀକ୍ଷା ହେଉ ଅବା ଚାକିରୀ ପାଇଁ ଇଣ୍ଟରଭ୍ୟୁ । ସଫଳତା ହାସଲ କରିବା ଲାଗି ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସୁଯୋଗ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଗ୍ରାମାଂଚଳରେ ରହୁଥିବା ଗରିବ ତଥା ମେଧାବୀ…

ନ୍ୟାୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆଗରେ ଶୋଇପଡ଼ିଲେ ଅସହାୟ ମହିଳା

ସୁନ୍ଦରଗଡ଼: ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲାନାହିଁ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା । ଚାକିରି ଫେରାଇ ଦେବାକୁ ଦାବି କରି…