Latest Odisha News
Browsing Category

ଭଦ୍ରକ

Bhadrak

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି । ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ…

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

ଲଗାଣ ବର୍ଷାରେ ଗେଙ୍ଗୁଟି ନଦୀରେ ୨୦୦ ଫୁଟର ଫାଟ

ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇପଡିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଆଣ୍ଠିଏ ପାଣି ଜମି ରହିଛି । କିଛି ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଯାଇଥିବା ବେଳେ ଆଉ କିଛି ସ୍ଥାନରେ ନଦୀ ପାଣି ଗାଁକୁ ମାଡି ଆସିଲାଣି । ଲଗାଣ ବର୍ଷା ଓ ବନ୍ୟା ପରେ ଫାଟୁଛି ନଦୀ ବନ୍ଧ…

ଓଡ଼ିଆ ଛାତ୍ରଙ୍କ କମାଲ୍, ମିନି ଫ୍ରିଜ୍ ତିଆରି କରି ସାଉଁଟିଲେ ପ୍ରଶଂସା

ଭଦ୍ରକ: କିଛି ନୂଆ କରିବାର ନିଶା ଦେଲା ଏକ ସ୍ୱତନ୍ତ୍ର ପରିଚୟ । ମିନି ଫ୍ରିଜ୍ ତିଆରି କରି ଚର୍ଚ୍ଚାରେ ଓଡ଼ିଆ ପୁଅ । ଏନେଇ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନୀତ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର କମଳ କିଶୋର ମାଝୀ । କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ବଡ଼ପୁଅ କମଲ । କମଳ…

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…

ଫୁଲୁଛି ବୈତରଣୀ

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ । ଏଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେକେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳ ସ୍ତର ୧୮.୧୭ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ କାନପୁର ବେରେଜ ରହିଥିବା ଏବଂ ଵର୍ତମାନ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ବର୍ଷାରେ ବେହାଲ ଭଦ୍ରକ,ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବର୍ଷାରେ ବେହାଲ ଭଦ୍ରକ ସହର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ସହରର ତଳି ଅଞ୍ଚଳରେ ବର୍ଷା ପାଣି ଜମି ରହିବାରୁ ଲୋକମାନେ ଯିବା ଆସିବାରେ ହଇରାଣ ହୋଇଛନ୍ତି. । ବର୍ଷା ପବନ ଲାଗି ରହିଥିବାରୁ ୯ନଂ ୱାର୍ଡରେ ବିରାଟ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହ…

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ଫେଲ୍ ମାରିଲା ଇକ୍‌ମୋ ଚିକିତ୍ସା, ହାରିଗଲେ ଅଭିଷେକ

ଭୁବନେଶ୍ୱର: କରୋନା ସହ ଲଢେଇ କରି ଶେଷରେ ହାରିଲେ ଅଭିଷେକ ମହାପାତ୍ର । ବଞ୍ଚାଇପାରିଲାନି ଇକ୍‌ମୋ ଚିକିତ୍ସା । କରୋନା ଆକ୍ରାନ୍ତ ହେବା ପରେ  ମାସାଧିକ କାଳ କୋଲକାତାରେ ଚିକିତ୍ସାଧୀନ ଥିଲେ ଯୁବ ଇଞ୍ଜିନିୟର ଅଭିଷେକ। ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା ।…