Latest Odisha News

BREAKING NEWS

Browsing Category

କନ୍ଧମାଳ

Kandhamal

ସୈତାନ ସାଜିଲା ମାଆ : ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଲା !

ବାଲିଗୁଡା : ବାଲିଗୁଡା ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଏକ ୪ ବର୍ଷର ଝିଅକୁ ତାର ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ପାରିବାରିକ କଳହରୁ  ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ ।…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ବାଲିଗୁଡା: ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ପୋଡି ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ ଘଟିଛି ଏହି ଅଘଟଣ । ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି…

ଭୁଲିଗଲା ମା’ର ମମତା, ମାଆକୁ ପୋଡି ମାରି ଦେଲା ପୁଅ

କନ୍ଧମାଳ: ଫୁଲବାଣୀରେ ଚାଞ୍ଚଲ୍ୟ । ପୁଅ ଭୁଲିଗଲା ମାଆର ମମତା । ଜେଲରୁ ଫେରି ଘଟାଇଲା ଉନ୍ମୁତ୍ତକାଣ୍ଡ । ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳି ମାରିଦେଲା ପୁଅ । ଟିକାବାଲି ଥାନା ଅନ୍ତର୍ଗତ ବଡିମୁଣ୍ଡା ଖଜୁରୀସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ…

ମେଡିକାଲରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା : ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ: ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଚିକିତ୍ସା ଅବହେଳାରୁ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି  । ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତାରୋକ କରିଛନ୍ତି  । ଫଳରେ ଶହ ଶହ ଗାଡି ମଟର ଅଟକି ରହିଛି  । ମୃତକ…

ଗଞ୍ଜେଇ ଚାଷକୁ ମାନ୍ୟତା ଦାବି କରି କନ୍ଧମାଳରେ ପୁଣି ଲାଗିଲା ମାଓ ପୋଷ୍ଟର

କନ୍ଧମାଳ: ଫିରିଙ୍ଗିଆ-ଗୋଚ୍ଛାପଡା ରାସ୍ତାର ବିଭିନ୍ନ ସ୍ଥାନରେ ପଡିଛି ଶହ ଶହ ମାଓ ପୋଷ୍ଟର । ଆଜି ସକାଳୁ ମାଓ ପୋଷ୍ଟର ପଡିଥିବା ଦେଖିବାକୁ ମିଳିଛି । ମାଓ ସଙ୍ଗଠନ କେକେବିଏନ ଡିଭିଜନର ସଚିବ ବିଜୟଙ୍କ ତରଫରୁ ଜାରି ଏହି ପ୍ରେସ ବିଜ୍ଞପ୍ତିରେ ଗତ ଦିନରେ ଫିରିଙ୍ଗିଆ ଥାନାପୋଡି ଘଟଣାରେ ପୋଲିସ…

କାହିଁକି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ, କାରଣ ଖୋଜୁଛି ପୋଲିସ

ବାଲିଗୁଡା:  ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ସି.ଆର.ପି.ଏଫ…

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି…

ଥାନାରେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼; ଆଇଆଇସିଙ୍କ ବଦଳି

ବ୍ରହ୍ମପୁର: ଥାନା ଭିତରେ ଜଣେ ବ୍ୟବସାୟୀଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣାରେ ଗୋପାଳପୁର ଥାନା ଆଇଆଇସି ଶ୍ରୀକାନ୍ତ ଖମାରୀଙ୍କ ବଦଳି ହୋଇଯାଇଛି। ତାଙ୍କୁ ବ୍ରହ୍ମପର ପୋଲିସ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାରାଇନ୍‌‌ ଥାନା ଆଇଆଇସି ସାରଦା ପ୍ରସନ୍ନ ଦାସଙ୍କୁ ଗୋପାଳପୁର ଥାନା ଆଇଆଇସି…

ରାଇକିଆରେ ମହିଳାଙ୍କ ମୃତ ଦେହ ଜବତ, ହତ୍ୟା ସନ୍ଦେହରେ ପୋଲିସ ତଦନ୍ତ ଜାରି

ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଦିଙ୍ଗିଆ ପଞ୍ଚାୟତର ଆମ୍ବେଦକର ନଗରରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଛି । ଶୁକ୍ରବାର ସକାଳୁ ଗ୍ରାମବାସୀ ଘଟଣା ବିଷୟରେ ଜାଣିବା ପରେ ରାଇକିଆ ପୋଲିସ ମୃତଦେହ ଜବତ କରିଛି । ବୁଧିଆପଙ୍ଗା ଗ୍ରାମ ମୃତ ଯୁବତୀଙ୍କ ଘର। ଗୁରୁବାର ସକାଳୁ…

ଉତ୍ତର-ଦକ୍ଷିଣ ଉପକୂଳ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦିଆଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ ବୋଲି ପାଣିପାଗ ବିଭାଗ…