Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୃତଜ୍ଞତା ଭୁଲିଗଲା ତୁର୍କୀ; ଜାତିସଂଘରେ ପାକିସ୍ତାନର ଭାରତ ବିରୋଧୀ ସ୍ୱରକୁ କଲା ସମର୍ଥନ

ନୂଆଦିଲ୍ଲୀ: ପୁଣି ନିଜର ଅସଲ ରଙ୍ଗ ଦେଖାଇଲା ତୁର୍କୀ । ମାସେ ଯାଇନି, ଭୁଲିଗଲା କୃତଜ୍ଞତା । ପୁଣି ଭାରତ ବିରୋଧରେ ଉଠାଇଲା ସ୍ୱର । ଜାତିସଂଘ ମାନବାଧିକାର ପରିଷଦରେ ଭାରତକୁ ନୁହେଁ ପାକିସ୍ତାନକୁ ସମର୍ଥନ କଲା ତୁର୍କୀ । ମୁସଲିମ ଭାଇଚାରା ନିଭାଇବାକୁ ଯାଇ ପାକିସ୍ତାନର ଭାରତ ବିରୋଧି…

ମୋଦିଙ୍କୁ ବିରୋଧ କରିବା ପାଇଁ ନୁହେଁ ତାଙ୍କ ଭୁଲ ସଜାଡିବାକୁ ଆସିଛି-କପିଲ ଶିବଲ

ନୂଆଦିଲ୍ଲୀ: ୨୦୨୪ରେ ହେବ ଲୋକସଭା ନିର୍ବାଚନ । ଆଜିଠୁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ଏକଜୁଟ ହେଉଛନ୍ତି ବିରୋଧୀ । ଦୁଇ ଦୁଇ ଥର ବିଜେପି କ୍ଷମତାକୁ ଆସିବା ପରେ  ବିରୋଧୀଙ୍କ ଚିନ୍ତା ବଢିଛି । ବିଶେଷ କରି କଂଗ୍ରେସ ତାର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି ।…

ନ୍ୟୁଜିଲାଣ୍ଡରେ ବଡ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯ 

ୱେଲିଂଟନ:   ନ୍ୟୁଜିଲାଣ୍ଡରେ ଆଜି ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ଶନିବାର  ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯  ଥିବା ଜଣାଯାଇଛି । ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ୍)…

ଚୀଷୀଙ୍କ ପାଇଁ ଖୁସି ଖବର; ୟୁରିଆ ପରେ ଏବେ ନୋନା ଡିଏପିକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସୀ ଖବର। ନାନୋ ୟୁରିଆ ପରେ ଏବେ ନାନୋ ଡିଏପି(ଡାଇ ଆମୋନିୟମ ଫସ୍‌ଫେଟ୍)କୁ ବି ମଞ୍ଜୁରୀ ଦେଲେ ସରକାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଶନିବାର ଟ୍ୱିଟ୍ କରି ମନ୍ତ୍ରୀ ଲେଖିଛନ୍ତି “ ଉର୍ବରକ(ସାର)…

ଅଷ୍ଟ୍ରେଲିଆରେ ଲକ୍ଷ୍ମୀନାରାୟଣ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ବ୍ରିସବେନ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଥମିବାର ନାମ ନେଉନାହିଁ । ଶନିବାର ଦିନ ଅଷ୍ଟ୍ରେଲିଆର ବ୍ରିସବେନରେ ଥିବା ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯାଇଥିବାର ସୂଚନା ମିଳିଛି । ଖଲିସ୍ତାନୀ ସମର୍ଥକ ଏହି ମନ୍ଦିରରେ ପଶି ଭଙ୍ଗାରୁଜା କରିଥିବାର ଜଣାପଡିଛି । ସ୍ଥାନୀୟ…

ଯାହା ପ୍ରେମରେ ପଡ଼ି ଫେରାର ହେଲେ ପତ୍ନୀ, ତାଙ୍କ ସ୍ତ୍ରୀକୁ ବାହା ହେଲେ ସ୍ୱାମୀ

ପାଟନା : ବିହାରର ଖାଗାରିଆ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ପର ସ୍ୱାମୀ ପ୍ରେମରେ ପଡ଼ି ଫେରାର ହୋଇଗଲେ ସ୍ତ୍ରୀ । ସ୍ତ୍ରୀର ଏଭଳି କାଣ୍ଡ ଦେଖି ସ୍ୱାମୀ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ବିବାହ କରିଛନ୍ତି । ସବୁଠୁ କୌତୁହଳ ବିଷୟ ହେଉଛି ୨ ମହିଳାଙ୍କ ନାମ ହେଉଛି ରୁବୀ ଦେବୀ । ଏହି…

ପୁଣି ଫେରୁଛି କରୋନା! ୯୭ ଦିନ ପରେ ସାମ୍ନାକୁ ଆସିଲା ୩୦୦ରୁ ଅଧିକ ନୂଆ ମାମଲା, ୩ ଜଣଙ୍କର ଗଲା ଜୀବନ

ନୂଆଦିଲ୍ଲୀ: ପୁଣି ଫେରୁଛି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହି ନୂଆ ମାମଲାକୁ ମିଶାଇଲେ ଦେଶରେ…

ବ୍ୟୁଟିପାର୍ଲରରୁ ଫେରିଲେ କନ୍ୟା, ବାହା ହେବାକୁ ମନା କଲେ ବର

ବେଙ୍ଗାଲୁରୁ: ବ୍ୟୁଟିପାର୍ଲର ଯିବା ହେଲା ମହଙ୍ଗା । ବିବାହ ଦିନ ବ୍ୟୁଟିପାର୍ଲର ଯାଇଥିବା ଜଣେ କନ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ଯେ ବିବାହ ପାଇଁ ବର ମନା କରିଦେଇଛି । ଏତିକିରେ କଥା ସରିନାହିଁ, ବରଂ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ହସନ…

ବିନା ହଲମାର୍କ ସୁନାଗହଣା ବିକ୍ରି ବନ୍ଦ; ଏପ୍ରିଲରୁ ଲାଗିବ କଟକଣା

ନୂଆଦିଲ୍ଲୀ:ବଜାରରେ ଏଣିକି ଆଉ ଚଳିବନି ବିନା ହଲମାର୍କବାଲା ସୁନା । ବିନା ହଲମାର୍କ ସୁନା ବିକ୍ରି ଉପରେ ଲାଗିବ କଟକଣା । ଆସନ୍ତା ଏପ୍ରିଲ ପହିଲାରୁ ଏହି କଟକଣା ଲାଗୁ ହେବ । ଯେଉଁ ଗହଣାରେ ୬ଅଙ୍କ ବିିଶିଷ୍ଟ ଏଚୟୁଆଇଡି ନମ୍ବର ନ ଥିବ ସେଗୁଡିକ ବିକ୍ରି କରାଯାଇ ପାରିବ ନାହିଁ । ହଲମାର୍କ…

ଡ଼େଲିଭରି ବୟଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷ ପୁରୁଣା ମୃତଦେହ

ଫୁଡ଼ ଡ଼େଲିଭରି ବୟର କ୍ୟାରି ବ୍ୟାଗରୁ ଧରାପଡ଼ିଲା ୮୦୦ ବର୍ଷ ପୁରୁଣା ମୃତଦେହ ବା ମମି । ସନ୍ଦେହବଶତଃ ପୋଲିସ ଡ଼େଲିଭରି ବୟକୁ ପଚରାଉଚରା କରିବା ବେଳେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ତଳେ ପେରୁ…