କଥାକୁହା ଫଟୋ: ମାଦଳର ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳିତ…

ଭୁବନେଶ୍ୱର: ରାଜଧାନୀସ୍ଥିତ ‘କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ‘ବିଶ୍ୱ ଆଦିବାସୀ ଦିବସ’ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

କଥାକୁହା ଫଟୋ: ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ଲାଗି ପ୍ରସ୍ତୁତି…

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ଏଥର ଗାନ୍ଧୀମାର୍ଗ ପରିବର୍ତ୍ତେ ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଦର୍ଶନୀ ପଡ଼ିଆରେ ପ୍ୟାରେଡ଼ ଲାଗି ଚୂଡ଼ାନ୍ତ ରିହରସେଲ୍ ପ୍ରସ୍ତୁତି ଚାଲିଛି ।

କଥାକୁହା ଫଟୋ: ପ୍ରବଳ ବର୍ଷାରେ ଉଛୁଳିଲା ନଈ, ୫ଟି ଜିଲ୍ଲାରେ ଗମ୍ଭୀର ବନ୍ୟା ପରିସ୍ଥିତି…

ଭୁବନେଶ୍ୱର: ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ଉପୁଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସବୁ ବନ୍ୟା ପ୍ରପୀଡ଼ିତ ଜିଲ୍ଲାମାନଙ୍କରେ ଆଗାମୀ ୭ଦିନ ଲାଗି ରିଲିଫ୍ ବଣ୍ଟନ ଲାଗି ସମୀକ୍ଷା ବୈଠକରେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି...

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତିରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା…

ଭୁବନେଶ୍ୱର: ରାଜଧାନୀସ୍ଥିତ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରକାଣ୍ଡ ରାକ୍ଷୀ ବାଲିରେ ତିଆରି ହୋଇଛି । ଏହି ସୁଦୃଶ୍ୟ ବାଲୁକା କଳାଟିକୁ କରିଛନ୍ତି ସ୍ୱନାମଧନ୍ୟ ବାଲୁକାଶିଳ୍ପୀ ସ୍ୱାଧୀନ ମହାରଣା ।

ସାହିତ୍ୟ