Latest Odisha News

BREAKING NEWS

Browsing Category

ଜନାଦେଶ ୨୦୧୯

କାହିଁକି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ?

ଭୁବନେଶ୍ୱର:ଓଡ଼ିଶା ଆସିବେ ବିଜେପିର କେନ୍ଦ୍ରୀୟ ବରିଷ୍ଠ ନେତା। ଘନ ଘନ ନେତାଙ୍କ ଆଗମନରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବେ ବେଶ ସରଗରମ। ଓଡ଼ିଶା ଗସ୍ତରେ ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ୧୩ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ…

ଓଡ଼ିଶା ଆସିବେ ବିଜେପି କେନ୍ଦ୍ରୀୟ ନେତୃତ୍ବ; କରିବେ ସମୀକ୍ଷା, ଦେବେ ଗୁରୁମନ୍ତ୍ର 

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି । ସଜାଡ଼ିଲଣି ମଇଦାନ, ଆରମ୍ଭ କଲାଣି ରଣନୀତି। ଚଳିତ…

ଲୋକସଭା ନିର୍ବାଚନ: ଓଡ଼ିଶା ପାଇଁ ବିଜେପିର ରଣନୀତି କଣ?

ଭୁବନେଶ୍ୱର:ଆକ୍ସନ ମୋଡରେ ଏବେ ଭାରତୀୟ ଜନତା ପାର୍ଟି। କେନ୍ଦ୍ରରେ ତିସରୀ ବାର ମୋଦି ସରକାରର ନାରା ଦିଆଯାଉଥିବା ବେଳେ ରାଜ୍ୟରେ ଏଥର ପଦ୍ମ ଫୁଟାଇବା ପାଇଁ କସରତ କରୁଛି ବିଜେପି। ଏହାରି ମଧ୍ୟରେ ଓଡ଼ିଶା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଛି। କାରଣ ଲକ୍ଷ୍ୟ ରହିଛି ୧୬ରୁ ଅଧିକ ଲୋକସଭା…

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

ସରିଗଲା ବିଧାନସଭା, ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ?

ଭୁବନେଶ୍ୱର:ସରିଗଲା ଷୋଡ଼ଶ ବିଧାନସଭା। ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା। ଏବେ ପ୍ରାୟତଃ ଦଳଗୁଡ଼ିକ ଗାଁ ମୁଁହା ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ଭରଷା ଜିତିବା ପାଇଁ କରାଯାଉଛି ସମସ୍ତ ପ୍ରକାରର ପ୍ରଚେଷ୍ଟା।…

କାହିଁକି ବିଧାନସଭାକୁ ମୁଣ୍ଡିଆ ମାରିଲେ ସୁର ରାଉତରାୟ?

ଭୁବନେଶ୍ୱର: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍…

ଅଧିବେଶନର ଶେଷ ଦିନ: ପ୍ରଶ୍ନକାଳରେ ଭତ୍ତା ବୃଦ୍ଧି ପ୍ରସଙ୍ଗ ତାତି 

ଭୁବନେଶ୍ୱର:ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ପଞ୍ଚମ ଦିନରେ ଅଧିବେଶନ ପହଞ୍ଚିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି,…

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି।…

ପ୍ରଶ୍ନକାଳରେ ନରସିଂହ ଆଣିଲେ ସାମ୍ବାଦିକ ପ୍ରସଙ୍ଗ 

ଭୁବନେଶ୍ୱର:ରାଜରାସ୍ତାରୁ ସାମ୍ବାଦିକଙ୍କ ଦାବିକୁ ଗୃହରେ ଉପସ୍ଥାପନା କଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ବିଧାନସଭାର ଚତୁର୍ଥ ଦିନର ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଦାବି ଉଠାଇଛନ୍ତି । ରାଜରାସ୍ତାରେ ସାମ୍ବାଦିକ ସଂଘ…

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…