ବୋଉ

ବୋଉ ସରୋଜ ମହାପାତ୍ର ବାରମ୍ବାର ପୁଅମାନଙ୍କ ଅବହେଳା ଓ ହରକତ କଥା ଶୁଣି ବେଳେବେଳେ ବୋଉ ମୋର ବି ଭାବୁଥାଇପାରେ - ଏ ଟୋକାଟା ତ ଅଫିସ କାମ ଆଳରେ ଅନେକ ଦିନ ହେଲା ଘରମୁହାଁ ହେଇନି! ରାଜଧାନୀରେ ରହୁଚି ସମତେ କହୁଚନ୍ତି, ସାହେବ ହେଇଚି । ସେ ଯାହା ହେଉ ମଝିରେ ମଝିରେ ମୋ ଫୋନଟା ବୋଧେ କିଛି ପାପ ଚିନ୍ତାରୁ ତାକୁ ଦୂରେଇ ରଖୁଛି...

ମୋହନ ଦାସ

ମୋହନ ଦାସ ଅମରେନ୍ଦ୍ର ମାଧବ ଦାଶ ତମ ପାଖରେ ନ ଥିଲା ଅସ୍ତ୍ରଶସ୍ତ୍ର ସାଥୀରେ ନଥିଲା ବି ସୁରକ୍ଷା ବଳୟ ତଥାପି ସେମାନେ ଥିଲେ (ଅସହଜ) ଭୟଭୀତ ଆତଙ୍କରେ ଥିଲେ ଜଡ଼ସଡ଼... କାହିଁକି କେଜାଣି ? ଅନେକ ସମୟ ସେମାନେ ଅନ୍ଧାରରେ ଖୋଜୁଥିଲେ ତମ ଗୋଲଗୋଲ ଚଷମା କାଳେ ପଢ଼ି ପାରିବେ ତା’ ଦେଇ ତମ ଆଗାମୀ ଯୋଜନାର...

ମହିଷାସୁର

ମହିଷାସୁର ସୁରେଂଦ୍ର ପାଣିଗ୍ରାହୀ କିଏ ଜଣେ ମହାପୁରୁଷ କହିଥିଲେନା ‘ସବୁ କିଛି ହିଁ ଯୁକ୍ତିଯୁକ୍ତ କେବଳ ପ୍ରେମ ଓ ଯୁଦ୍ଧରେ!’ ମୋର ସମସ୍ତ ଅସହାୟ ଇଚ୍ଛା ଓ ଶରୀରର ରକ୍ତମାଂସର କାମନାମାନେ ସତେ ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ ! ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ ମୁହୂର୍ତ୍ତରେ ଜନ୍ମିଥିବା ମୁଁ...

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ ଦୌଡୁଥିଲା ବାରି ଦୁଆରର କବାଟ ସେପାଖ ଖରାଛାଇକୁ। ଝିଅ...

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ ଘର ଭିତର ତୁ ସେମିତି ଚାହିଁ ଚାହିଁ ମିଳେଇଯାଉଥିବୁ ଆକାଶରେ । କେବେ ଥରେ ସବୁ ସମ୍ଭାବନା...

ସାରା ରାତି ବର୍ଷା ହେବାବେଳେ

ସାରା ରାତି ବର୍ଷା ହେବାବେଳେ ସରୋଜିନୀ ଶଙ୍ଖୁଆ କାଲି ସାରା ରାତି ବର୍ଷା ହେଲାବେଳେ ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ ସେ ଇଡି ଯାଉଥିଲା ମୋ ଅସହାୟତାର ଚଟାଣ ଉପରେ। ତମେ ଦେଇନଥିବା କିଛି ଯନ୍ତ୍ରଣାକୁ ମୁଁ ଭୋଗୁଥାଏ ଅହରହ ଅନ୍ଧାରର ଅମୁହାଁ ଘରେ...

ଯାତ୍ରା ଦୁଇପାଦ

ଯାତ୍ରା ଦୁଇପାଦ ବିଜୟ ପ୍ରଧାନ ପାଦେ ଆଗେଇଲେ ଦି'ପାଦ ଘୁଞ୍ଚୁଛି ପଛକୁ କେଜାଣି ସମୟ କୁଆଡ଼େ ନଉଛି ଟାଣି, କୂଳ ଜଗିଥିବା ଲୋକର ଆୟୁଷ ବିତେ ଢେଉ ଗଣିଗଣି, ଉପରେ ବିଶାଳ ଆକାଶ ଅନନ୍ତ ସମୁଦ୍ରକୁ ଚାହିଁ ଚାହିଁ ବିଶାଳତା ସାଥେ ଏକାକାର ସିନା କ୍ଷୁଦ୍ରପଣରୁ ନାହିଁ ଯେ ମୁକ୍ତି ନାହିଁ I ଅଧିଶ୍ୱର ମୁଁ କଦାଚିତ ନୁହେଁ ଯେତେ...

ବିଭେଦ

ବିଭେଦ ସସ୍ମିତା ରାଉତ ଧର୍ଷଣକୁ ନେଇ ମୋର ବିରୋଧ କେତେ ପ୍ରକାରର ? ତୁମେ କେବଳ "କ" ସ୍ତମ୍ଭ ସହ "ଖ" ସ୍ତମ୍ଭର ସମ୍ପର୍କକୁ ଦେଖ ଆଉ ମଜା ନିଅ । "କ" ସ୍ତମ୍ଭରେ କେଣ୍ଡେଲ ମାର୍ଚ୍ଚ, ଟାୟାର ଗନ୍ଧ, କାଚ ଗୁଣ୍ଡ , ବଳତ୍କାରୀ ସାଧାରଣ ବସଚାଳକ ? କୁହୁଳି ଉଠିବ ଧୂଆଁ, ସୁନିଶ୍ଚିତ ! "ଖ" ସ୍ତମ୍ଭରେ ଶବ...

ନଈଧାର

ନଈଧାର ଜୟଂତିକା ତମ ପାଇଁ ନଈଟିଏ ସେ ମୋ ପାଇଁ ଆବେଗର ଧାର, ଯାହା ଏବେ ପଡ଼ିରହିଛି ଛାତି ମେଲି ମରୁନଦୀର ଭାଗ୍ୟ ପରି । ସ୍ପଟିକ ପରି ସ୍ୱଚ୍ଛ ଦେହରେ ତା'ର ଦେଖିଛି ଏ ମୁହଁ ଛାଇ, ନିକଟରୁ ନିରେଖିଛି ବଢ଼ନ୍ତା ଅଙ୍ଗ ସୌଷ୍ଠବକୁ ପାଣି ପଣତରେ କେବେ ପୋଛି ଦେଇଛି ଦେହମୁଣ୍ଡ ତାଗିଦ୍ କରି...

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି ଶୈଳବାଳା ମହାପାତ୍ର ସେଦିନୁ ବସିଛି ସମୁଦ୍ରକୁ ମୁହଁକରି ଦେଖିବି ବୋଲି ତମ ଉଆସ ଡୁବିବା ଦୃଶ୍ୟ ! ଆଉ କେତେ ବାଟ ଥିଲା କି ଏମିତି? ତମେ ତରତର ରେ ପକେଇଲ ପାହୁଣ୍ଡ କହିଲ: ଆସୁଥା' ପଛରେ ମୁଁ ଯାଉଛି ଆଗ ନାଆ କାଳେ ଛାଡ଼ି ଦେବ କୂଳ ! ଯା'...

ସାହିତ୍ୟ