Latest Odisha News

BREAKING NEWS

ପାଗରେ ପରିବର୍ତ୍ତନ, କମିବ ଶୀତ

ଭୁବନେଶ୍ବର : ପାଗରେ ପରିବର୍ତ୍ତନ, କମିବ ଶୀତ । ଉତ୍ତର ଦିଗରୁ ପଶ୍ଚିମା ଝଡ଼ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ପାଗରେ ପରିବର୍ତ୍ତନ ଘଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଆସନ୍ତା ୨ ଦିନରେ ପାରଦସ୍ତର ଆହୁରି ୨ରୁ ୩ ଡିଗ୍ରି ବୃଦ୍ଧି ଘଟିବ। ଫଳରେ ଶୀତ କମିବ।

ଏହି ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିଲା। କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଛି।

ବିଶେଷକରି ଭୁବନେଶ୍ବରରେ ଘନ କୁହୁଡ଼ି ଦେଖାଯାଇଛି। ମାଲକାନଗିରି, ମୟୂରଭଞ୍ଜ, ଭଦ୍ରକ, ଅନୁଗୁଳ, ଗଜପତି, କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନ କୁହୁଡ଼ିରେ ଆଚ୍ଛାଦିତ ଥିଲା। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୧୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ କିରେଇରେ ୯.୫ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦.୫ଡିଗ୍ରି ଓ ରାଜଧା‌ନୀ ଭୁବନେଶ୍ବରରେ ୧୬.୮ଡିଗ୍ରି ରେକର୍ଡ ହୋଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

Comments are closed, but trackbacks and pingbacks are open.