Latest Odisha News

BREAKING NEWS

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗିରଫ ତାଲିକାରେ ସାମିଲ ଅଛନ୍ତି ୫ଜଣ ଫାର୍ମାସିଷ୍ଟ ଓ ୪ଜଣ ବିଦେଶୀ ନାଗରିକ । ରେମ୍‌ଡେସେଭିୟାର୍ ଟିକା ଭାରତରୁ ଇରାକକୁ ଚୋରା ଚାଲାଣ ହେଉଥିବା ଖବର ପୋଲିସକୁ ଗୁଇନ୍ଦା ସୁତ୍ରରୁ ମିଳିଥିଲା । ଖବର ପାଇ ଠିକଣା ଜାଗାରେ ଅତର୍କିତ ଚଢାଉ କରିଥିଲା ଗୁରୁଗ୍ରାମ ପୋଲିସ ।

ଏହି ରାକେଟ୍ ହରୟାଣା ସମେତ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବି ସକ୍ରିୟ ଥିଲା । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍ ଟିମ୍ ଗଠନ ହୋଇଛି । ଖାସ କରି ଏହି ରାକେଟରେ ସେହି ଇରାକୀ ନାଗରିକମାନେ ସାମିଲ ଥିଲେ, ଯେଉଁମାନେ ଭାରତରେ ଟ୍ରାନ୍ସଲେଟର୍ ଭାବେ କାର୍ଯ୍ୟରତ ଥିଲେ ।

ତଦନ୍ତରୁ ଜଣାପଡିଛି ରେମ୍‌ଡେସେଭିୟାର୍ ଟିକା ଭାରତରୁ ୧୮ହଜାର ଟଙ୍କାରେ କ୍ରୟ କରାଯାଇ ଇରାକରେ ଲକ୍ଷାଧିକ ଟଙ୍କାରେ ବିକ୍ରିୟ ହେଉଥିଲା । ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁଠି ଏହି ରେମ୍‌ଡେସେଭିୟାର୍ ଟିକା କେବଳ ସ୍ୱୀକୃତିପ୍ରାପ୍ତ କୋଭିଡ ହସ୍ପିଟାଲକୁ ସପ୍ଲାୟ ହେଉଥିଲା ସେଠି ରାକେଟର ସଦସ୍ୟଙ୍କ ହାତକୁ ଆସିଲା କେମିତି ? ସ୍ମଗଲିଂ ମାମଲାରେ ୩ଜଣ ଫାର୍ମାସିଷ୍ଟଙ୍କୁ ଦିଲ୍ଲୀର ହୌଜ ଖାସ ଓ ଅନ୍ୟ ୨ଜଣଙ୍କୁ ଗୁରୁଗ୍ରାମ ଓ ଆଗ୍ରାରୁ ଗିରଫ କରାଯାଇଛି ।

Leave A Reply

Your email address will not be published.