Latest Odisha News

BREAKING NEWS

ଦାଶ ବେନେହୁରଙ୍କ ରଚିତ ପୁସ୍ତକ ‘ଝଡ଼ର ଇଗଲ’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁରଙ୍କ ରଚିତ ପୁସ୍ତକ ‘ଝଡ଼ର ଇଗଲ’ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦ୍ୟ ଯୌବନଠୁ ଆରମ୍ଭ କରି ପାଇଲଟ ହେବା ପର୍ଯ୍ୟନ୍ତ ବିଭିନ୍ନ ରୋମାଞ୍ଚକର କାହାଣୀ ଓ ପ୍ରେରଣାଦାୟୀ ଘଟଣାବଳୀକୁ ନେଇ ଲିଖିତ ଏହି ପୁସ୍ତକରେ ୧୧ଟି କାହାଣୀ ସ୍ଥାନିତ ହୋଇଛି। ଏହି ଅବସରରେ ଲେଖକ ଦାଶ ବେନେହୁର , ପ୍ରକାଶକ ବନୋଜ ତ୍ରିପାଠୀ ଓ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.