Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ

ପୁରୀ: ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ। ଶ୍ରୀମନ୍ଦିର ଭିତରେ ହଠାତ ଜଣେ ଭକ୍ତ ଅସୁସ୍ଥତା ଅନୁଭବ କରିଥିଲେ ।  ପ୍ରଥମେ ତାଙ୍କୁ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ମୃତକ ଜଣକ ରାଜସ୍ଥାନର  ଅମ୍ବାଲାଲ ଭୋଇ ବୋଲି ଜଣାପଡିଛି ।

ଅମ୍ବାଲାଲ  ସ୍ନାନମଣ୍ଡପ ନିକଟରେ ଅସୁସ୍ଥ ହୋଇ ପଡିଥିଲେ  । ତେବେ ସେ କାହିଁକି ଅସୁସ୍ଥ ହେଲେ, ତାଙ୍କର ପୂର୍ବରୁ କିଛି ଅସୁସ୍ଥତା ଥିଲା କି ସେ ନେଇ କିଛି ସଠିକ ସୂଚନା ମିଳିନାହିଁ ।

Leave A Reply

Your email address will not be published.