Latest Odisha News

BREAKING NEWS

ଦେଶରେ ଦୈନିକ କରୋନା ସଂକ୍ରମଣ କମୁଛି, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଅଢ଼େଇ ଲକ୍ଷ ତଳକୁ ଖସିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଚଳିତ ସପ୍ତାହରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୫ହଜାର ୫୩୨ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ଆଉ ୮୭୧ ଜୀବନ । ଗତକାଲି ଦେଶରୁ ୨ଲକ୍ଷ ୫୧ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । କରୋନାରେ ୬୨୭ ପ୍ରାଣ ହରାଇଥିଲେ ।

ଗତକାଲି ଅପେକ୍ଷା ଆଜି ଦେଶରେ ସଂକ୍ରମଣ ୬ ପ୍ରତିଶତ କମ୍ ରହିଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି । ସେହିପରି ଦେଶରେ ଖସୁଛି ପଜିଟିଭ୍ ହାର । ଦୈନିକ ସଂକ୍ରମଣ ହାର ୧୩.୩୯ ପ୍ରତିଶତକୁ ହ୍ରାସ ପାଇଛି । ଦେଶରେ ଏବେ ମୋଟ୍ ଆକ୍ରାନ୍ତଙ୍କର ୪.୯୧ ପ୍ରତିଶତ ଆକ୍ଟିଭ କେସ୍ ରହିଛି । ସୁସ୍ଥହାର ରହିଛି ୯୩.୮୯ ପ୍ରତିଶତ ।

Comments are closed, but trackbacks and pingbacks are open.