Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଲା ଭାରତ

ଅର୍ଶଦୀପ ମ୍ୟାନ୍ ଅଫ୍ ଦ ମ୍ୟାଚ୍

ଥିରୁଅନନ୍ତପୁରମ୍: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା  ୮ ଓ୍ବିକେଟ ହରାଇ ୧୦୬ ରନ୍‌ କରିଥିଲା ।  ଭାରତ  ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍‌ କରି ମ୍ୟାଚ ଜିତିନେଇଛି ।

ଭାରତ ପକ୍ଷରୁ  ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ ହେବା ପରେ  କୋହଲି ମାତ୍ର ୩ ରନ କରିଥିଲେ । ତେବେ ସୂର୍ଯ୍ୟକୁମାର ଧୂଆଁଧାର ବ୍ୟାଟିଂ କରି  ୩୩ ବଲରେ ୫୦ ରନ୍  କରିଥିଲେ ।  କେ.ଏଲ୍ ରାହୁଲ ୫୬ଟି ବଲରେ ୫୧ ରନ କରିଥିଲେ । ଏହି ଦୁଇ ବ୍ୟାଟସମ୍ୟାନ ଭାରତକୁ ସହଜ ବିଜୟ ଦେଇଥିଲେ।

ପ୍ରଥମେ ବ୍ୟାଟିଂ କରି  ୮ ଉଇକେଟ ହରାଇ ୧୦୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।  ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଭାରତର ମାପ ଚୁପ ବୋଲିଂ ହାର ମାନିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିବା ବେଳେ ମାର୍କାରାମ ୨୫ ରନ୍ କରିଥିଲେ । ପାର୍ନେଲ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ । ଆଉ କୈାଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଅଧିନାୟକ ତେମ୍ବା ବାଭୁମା ଶୂନରେ ଆଉଟ ହୋଇଥିବା ବେଳେ ଡିକକ୍ ଏକ ରନ କରି ଆଉଟ୍ ହୋଇଥିଲେ । ରିଲେ ରୁଶୋ ଶୂନରେ ଆଉଟ ହୋଇଥିବା ବେଳେ ଡେଭିଡ ମିଲର ମଧ୍ୟ ଶୂନରେ ଆଉଟ ହୋଇଥିଲେ ।

ଅର୍ଶଦୀପ  ୩ଟି ଉଇକେଟ ନେଇଥିବା ବେଳେ  ଦୀପକ ଚହର ୨ ଉଇକେଟ ନେଇଥିଲେ । ହର୍ଷଲ ପଟେଲ ମଧ୍ୟ ୨ ଉଇକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ ।

Leave A Reply

Your email address will not be published.