Latest Odisha News

BREAKING NEWS

ପୁଣି ମାତିଲେ ମାଓବାଦୀ, ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା

ଛତିଶଗଡ଼: ପୁଣି ମାତିଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଅଞ୍ଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗୁଇନ୍ଦା କର୍ମଚାରୀଙ୍କୁ ହତ୍ୟା କଲା ଲାଲବାହିନୀ । ହତ୍ୟା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଡିଆରଜି ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି ।

ଗତକାଲି ମଧ୍ୟ ବିଜାପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଚେରିଖୋଣ୍ଟା ଗ୍ରାମରେ ଏକ ଠିକା କମ୍ପାନୀର  ୧୨ଟି ଗାଡିକୁ ପୋଡି ଦେଇଥିଲେ ସଶସ୍ତ୍ର ମାଓବାଦୀ ।

Comments are closed, but trackbacks and pingbacks are open.