Latest Odisha News

BREAKING NEWS

ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ, ଜଣେ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ବିମାନବନ୍ଦରରୁ ୭ କୋଟିର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା ଚାଲିଛି। ତେବେ ୭ କେଜିର ମାରିଜୁଆନା ଜବତ କଲା କଷ୍ଟମ ଡିପାର୍ଟମେଣ୍ଟ। ଯାହାର ମୂଲ୍ୟ ୭ କୋଟି ଟଙ୍କା ହେବ। ବ୍ୟାକଂକରୁ ଭୁବନେଶ୍ବର ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଏହା ଜବତ କରାଯାଇଛି।

ସୂଚନା ଅନୁସାରେ ଯାତ୍ରୀ ଜଣଙ୍କ ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡ଼ିଲେ ଅଭିଯୁକ୍ତ। ତେବେ ଏହି ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍। ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହେଲାଣି। ବ୍ୟାଙ୍କକ ଓ କ୍ବାଲାଲମପୁରରୁ ପୂର୍ବରୁ ମଧ୍ୟ ଆସିଛି ଏହି ଦାମୀ ନିଶା ।

ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି। ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ।

Comments are closed.