Latest Odisha News

ବଡ ପରଦାକୁ ଆସିବ ଶକ୍ତିମାନ !

ମୁମ୍ବାଇ: ଛୋଟପିଲାଙ୍କ ପ୍ରିୟ ସୁପରହୀରୋ ଶକ୍ତିମାନ ଏବେ ବଡ ପରଦାକୁ ଆସିବ । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ସିରିୟଲ ସାରା ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ମଧ୍ୟ ଏହାର ଚାହିଦା ଥିବା ପ୍ରଯୋଜକ ଏହାକୁ ଫିଲ୍ମ ରୂପ ଦେବାପାଇଁ ଯୋଜନା କରିଛନ୍ତି । ଆଭେଞ୍ଜର ସିରିଜ ଭଳି ଏହା ୩ଟି ଭାଗରେ ରିଲିଜ ହେବ ।

ଶକ୍ତିମାନର ଜନ୍ମଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଏହି ୩ଟି ଭାଗରେ ଦେଖାଯିବ । ରିପୋର୍ଟ ମୁତାବକ କ୍ରିଶ ଓ ରାୱାନଠାରୁ ମଧ୍ୟ ଏହା ଅଧିକ ବ୍ୟୟରେ ନିର୍ମାଣ କରାଯିବ । ମୁକେଶ ଖାନ୍ନା କହିଛନ୍ତି, ଫିଲ୍ମ ପାଇଁ ଆମେ ବଡ ଚେହେରା ଖୋଜୁଛୁ । ପ୍ରଥମ ପାର୍ଟ ୨୦୨୧ ସୁଦ୍ଧା ରିଲିଜ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମୁକେଶ ଶକ୍ତିମାନ ହେବେ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି ।

Leave A Reply

Your email address will not be published.