ଭୁବନେଶ୍ଵର: ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଟଙ୍କାର ଆବଶ୍ୟକତା ଥିଲେ ପର୍ସନାଲ ଲୋନ ଏହାର ଏକ ଉତ୍ତମ ବିକଳ୍ପ ହୋଇଥାଏ । ଏହି ଲୋନରେ ତୁରନ୍ତ ଟଙ୍କା ମିଳିବା ସହିତ ଲୋନ ସୁଝିବାର ଅନେକ ବିକଳ୍ପ ମଧ୍ୟ ଥାଏ । ଏବେ ଆପଣ ଚାହିଁଲେ କେବଳ ପାନ୍ କାର୍ଡ ସାହାଯ୍ୟରେ ୫୦୦୦ ଟଙ୍କାର ଲୋନ ପାଇପାରିବେ । ଏହି ଲୋନ ପାଇବା ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ବହୁତ ସରଳ ଅଟେ । ଆଧାର ଏବଂ ଭୋଟର ଆଡି କାର୍ଡ ପରି, ପାନ୍ କାର୍ଡ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଯେତେବେଳେ ଆପଣ କୌଣସି ଲୋନ ପାଇଁ ଆବେଦନ କରନ୍ତି ସେଥିପାଇଁ ପାନ୍ କାର୍ଡ ପ୍ରାୟତଃ ଆବଶ୍ୟକ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆପଣ ଆପଣଙ୍କର କ୍ରେଡିଟ୍ ସ୍କୋର ଏବଂ ପରିଚୟ ଆଧାରରେ ପାନ୍ କାର୍ଡ ବ୍ୟବହାର କରି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇପାରିବେ । ଡିଜିଟାଲ୍ ଲୋନ ପ୍ରଦାନକାରୀ ଆପ୍ ଏବଂ ଏନବିଏଫସି ପରି ଅନେକ ବ୍ୟାଙ୍କ ଅଛି ଯେଉଁମାନେ ଏହି ଲୋନ ଦେଇଥାନ୍ତି ।
ପାନ୍ କାର୍ଡ ଜରିଆରେ କମ୍ପାନୀ କିମ୍ବା ବ୍ୟାଙ୍କ ଲୋକଙ୍କ ସିଭିଲ ସ୍କୋରକୁ ଟ୍ରାକ୍ କରନ୍ତି, ଯାହାଦ୍ୱାରା ଜଣାପଡେ ଯେ ଆପଣଙ୍କ ଲୋନ୍ ସୁଝିବାର ପୂର୍ବ ରେକର୍ଡ କେମିତି ଥିଲା। ଏହି ଆଧାରରେ ଲୋନର ଆମାଉଣ୍ଟ ଏବଂ ଅନ୍ୟ ଜିନିଷ ସବୁ ଧାର୍ଯ୍ୟ କରାଯାଏ। ପର୍ସନାଲ ଲୋନ ରାଶି ଆପଣ କେଉଁଠି ବି ବ୍ୟବହାର କରିପାରିବେ। ଯେହେତୁ ଏହି ଲୋନ୍ ବିନା ସିକ୍ୟୁରିଟୀରେ ଦିଆଯାଇଥାଏ। ସେହି କାରଣରୁ ବ୍ୟାଙ୍କ ଏହାଉପରେ ହାଇ ଚାର୍ଜ ବସୁଲ କରିଥାଏ। ପର୍ସନାଲ ଲୋନ୍ ଆପ୍ ଉଭୟ ଅନଲାଇନ ଏବଂ ଅଫଲାଇନ ତରିକାରେ ପାଇପାରିବେ। ଅନଲାଇନ୍ ତରିକା ପାଇଁ ସର୍ବପ୍ରଥମେ ଆପଣଙ୍କୁ ସମ୍ଭନ୍ଧିତ ବ୍ୟାଙ୍କର ୱେବସାଇଟକୁ ଯିବାକୁ ହେବ, ଯେଉଁଠି ଆପଣଙ୍କୁ ଲୋନ୍ ସେକସନରେ ପର୍ସନାଲ ଲୋନ ବିକଳ୍ପ ଉପରେ କ୍ଲିକ କରିବାକୁ ହେବ। ଏବେ ଆଗକୁ କୁହାଯାଇଥିବା ପ୍ରୋସେସକୁ ଫଲୋ କରି ଆପଣ ପର୍ସନାଲ ଲୋନ୍ ଆପ୍ରୁଭ କରିପାରିବେ। ସେହିପରି ଅଫଲାଇନରେ ଆପଣ ବ୍ୟାଙ୍କ ସମ୍ଭନ୍ଧିତ ଶାଖାରେ ସମ୍ପର୍କ କରିପାରିବେ।
ତେବେ ଲୋନ କରିବା ପୂର୍ବରୁ ଏହା ବୁଝିବା ଜରୁରୀ ଯେ ଏହା ଉପରେ କେତେ ସୁଧ ଆଦାୟ କରାଯିବ, ପ୍ରକ୍ରିୟାକରଣ ଶୁଳ୍କ କେତେ, କେତେ ଦିନ ଭିତରେ ଲୋନ ସୁଝିବାକୁ ପଡିବ ଇତ୍ୟାଦି । ଏଥିପାଇଁ ଆପଣଙ୍କୁ ପ୍ରଥମେ ଋଣଦାତାଙ୍କ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ଜାଣିବାକୁ ପଡିବ । ନଚେତ ନିକଟସ୍ଥ ଶାଖା ପରିଦର୍ଶନ କରି ଏହା ବିଷୟରେ ବୁଝିପାରିବେ । ତେବେ ଲୋନ ପାଇଁ ଫର୍ମ ଫିଲପ୍ ବେଳେ ଆପଣଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ପଡିବ । ଯେପରିକି ଆପଣ କେତେ ଋଣ ନେବାକୁ ଚାହୁଁଛନ୍ତି, ଆପଣଙ୍କର କ୍ରେଡିଟ୍ ସ୍କୋର କ’ଣ ଇତ୍ୟାଦି । ଏହାପରେ ଆପଣଙ୍କର ପରିଚୟ ପ୍ରମାଣ ଭାବରେ ପାନ୍ କାର୍ଡ ଅପଲୋଡ୍ କରିବେ । କେତେକ ସ୍ଥାନରେ ଆଧାର କାର୍ଡ କିମ୍ବା ଆୟ ପ୍ରମାଣ ମଧ୍ୟ ଆବଶ୍ୟକ ପଡିଥାଏ । ଯଦି ଦିଆଯାଇଥିବା ସୂଚନା ସଠିକ୍ ଥାଏ ତେବେ ତୁରନ୍ତ ଆପଣଙ୍କ ଲୋନ ଅନୁମୋଦନ ହୁଏ ।
Comments are closed.