Latest Odisha News

BREAKING NEWS

କହ୍ନେୟାଲାଲ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ : ଅଶୋକ ଗେହଲୋଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ଜଣେ ସିଲେଇ ଦୋକାନୀଙ୍କ ମୁଣ୍ଡକାଟ ଘଟଣାକୁ କଡା ନିନ୍ଦା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ତାଙ୍କ ସରକାର ଏପରି ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବ ବୋଲି ସେ କହିଛନ୍ତି ।

ଦୁଇ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ସାରା ରାଜ୍ୟରେ ଆଇନକାନୁନ ଠିକ ରହିବା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଏବେ ବିରୋଧୀ ବିଜେପି ଏବଂ ଅନ୍ୟାନ୍ୟ ସଂଗଠନ ଉଦୟପୁର ବନ୍ଦ ଡାକରା ଦେଇଛନ୍ତି । ପୋଲିସ ଶାନ୍ତି ଶୃଖଂଳା ରକ୍ଷା କରିବା ପାଇଁ ବିଭିନ୍ନ ଅଂଚଳରେ 144 ଧାରା ଜାରି କରିଛି । ଏହି  ହତ୍ୟା ମାମଲା ର ଯାଂଚ କରୁଛି ଏନଆଇଏ ।  ପାକିସ୍ତାନ ଲିଂକର ମଧ୍ୟ ଖୋଳତାଡ କରୁଛି ଏନଆଇଏ ।  ରାଜସ୍ଥାନ ସହ  ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି  ଏହି ଘଟଣାକୁ ନେଇ । ସମଗ୍ର ରାଜସ୍ଥାନରେ ସ୍ଥିତି ବିସ୍ଫୋରକ ରହିଥିବାରୁ ପୁଲିସ ଓ ପ୍ରଶାସନକୁ ସତର୍କ ରଖାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ସରକାରର ତୁଷ୍ଟିକରଣ ନୀତିକୁ ଦାୟୀ କରିଛନ୍ତି । ଅପରାଧୀଙ୍କ ମନରେ ଜମାରୁ ସରକାର, ପୋଲିସ ପ୍ରତି ଭୟ ନଥିବାରୁ ସେମାନେ ଏପରି ଜଘନ୍ୟ ଅପରାଧ ଘଟାଉଥିବା ଟୁଇଟ କରି କହିଛନ୍ତି ।

ହତ୍ୟାକରିଥିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଆତଙ୍କବାଦୀ ସଂଗଠନ ଆଇଏସ ସହିତ ସେମାନଙ୍କର ସଂପର୍କ ଥିବା ସଂଦେହ କରାଯାଉଛି  ।  ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବାରୁ ତାହାକୁ ଏନଆଇଏ ଗୁରୁତ୍ବର ସହ ନେଇଛି । ଏହି ହତ୍ୟାକାଣ୍ଡରେ ଜଡିତ ବ୍ୟକ୍ତିଙ୍କର ପାକିସ୍ତାନ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା କୁହାଯାଉଛି ।

ସେପଟେ ପୋଲିସ ପ୍ରତି ମଧ୍ୟ ଆଙ୍ଗୁଳି ଉଠାଉଛନ୍ତି ଲୋକେ । ପୋଲିସର ଖାମଖିଆଲି ନୀତି ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ ହେଉଛି ।  ନୂପୁର ଶର୍ମାଙ୍କ ସମର୍ଥନରେ କରାଯାଇଥିବା ପୋଷ୍ଟରେ କହ୍ନେୟାଲାଲଙ୍କ ବିରୋଧରେ କିଛି ମୁସଲିମ ଲୋକ ଥାନାରା ମାମଲା ରୁଜୁ କରିଥିଲେ। ଏହାପରେ ରାଜସ୍ଥାନ ପୁଲିସ କହ୍ନେୟାଲାଲଙ୍କୁ ଗିରଫ କରିଥିଲା। ପରେ ସେ କୋର୍ଟରୁ ଜାମିନ ପାଇ ଘରକୁ ଆସିଥିଲେ ।

ଜାମିନ ମିଳିବା ପରେ ତାଙ୍କୁ କିଛି  ଲୋକଙ୍କ ଠାରୁ ଧମକ ମିଳୁଥିଲା। ବିଭିନ୍ନ ନମ୍ୱରରେ ଫୋନ ଓ ମେସେଜ ମାଧ୍ୟମରେ ତାଙ୍କୁ ଧମକ ଦେଉଥିଲେ ହତ୍ୟା କରିବା ପାଇଁ। ଏନେଇ ସେ ଜୁନ ୧୫ ରେ ଥାନାକୁ ଯାଇ ଅଭିଯୋଗ କରିଥିଲେ।  ସେ ଜୀବନ ପ୍ରତି ବିପଦ ଥିବା କହି ପୁଲିସକୁ ସରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ପୁଲିସ ଏସବୁ କିଛି ଶୁଣିନଥିଲା ।

କହ୍ନେୟାଲାଲଙ୍କ ଅନୁରୋଧ ପରେ ମଧ୍ୟ ଧମକ ଦେଇଥିବା ଲୋକଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିନଥିଲା। କାର୍ଯ୍ୟନୁଷ୍ଠାନ ନାରେ ପୁଲିସ  କିଛି ଲୋକଙ୍କୁ ଥାନାକୁ ଡାକି ପଚରାଉଚାରା କରି ଛାଡିଦେଇଥିଲା। ଯାହା ଫଳରେ ସେମାନ ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇବାକୁ ସାହାସ ପାଇଲେ ବୋଲି ଚର୍ଚା ହେଉଛି । ତେବେ ଏସବୁ ଭିତରେ ଶାନ୍ତି ପାଇଁ ପୋଲିସ ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ।

Leave A Reply

Your email address will not be published.