Latest Odisha News

BREAKING NEWS

ପୁନଃନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ କି କୌଣସି କାରଣରୁ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ସେସବୁ ସ୍ଥାନରେ ପୂନର୍ବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି ।

୨୭ ତାରିଖରେ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ।୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ହେବ । ସେହିପରି ଯାଞ୍ଚ ପକ୍ରିୟା ଫେବୃଆରୀ ୧ ତାରିଖରେ ହେବ ବୋଲି ଜଣାପଡିଛି । ପରେ ୨ ତାରୀିଖ ସୁଦ୍ଧା ଚୁଡାନ୍ତ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ ପାଇବା ପ୍ରାୟ ୪ ହଜାରରରୁ ଅଧିକ ୱାର୍ଡ ମେମ୍ବର ,୭ ସରପଞ୍ଚ, ୬ ସମତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ।ଏନେଇ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯିବ ।

Comments are closed, but trackbacks and pingbacks are open.