Latest Odisha News

BREAKING NEWS

ରାଜ୍ୟରେ ୫ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩୩ । ୧୮ ବର୍ଷ ଭିତରେ ଆଉ ୬୭୧ ଜଣ ସଂକ୍ରମିତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମଣ କମୁଛି ।

୧୫ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ ପଜିଟିଭ୍ ବାହାରିଛନ୍ତି । କଟକରୁ ୪୪୩, ନୟାଗଡ଼ରୁ ୨୧୦, ମୟୂରଭଞ୍ଜରୁ ୧୭୯, ବାଲେଶ୍ୱରରୁ ୧୬୯, ସୁନ୍ଦରଗଡ଼ରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ୱଲପୁରରୁ ୧୪୯, ନୂଆପଡ଼ାରୁ ୧୪୨, ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୦ ସଂକ୍ରମିତ ।

ସେହିପରି ଯାଜପୁରରୁ ୧୩୪, ନବରଙ୍ଗପୁରରୁ ୧୨୪, ଭଦ୍ରକରୁ ୧୦୬ , ଅନୁଗୋଳରୁ ୧୦୪ ଓ ରାୟଗଡ଼ାରୁ ବାହାରିଛନ୍ତି ୧୦୧ ନୂଆ ଆକ୍ରାନ୍ତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୪୧ହଜାର ୬୮କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ରହିଛି ୧୧ଲକ୍ଷ ୭୩ହଜାର ୯୦୭ । ଏବେ ରାଜ୍ୟରେ ୫୮ହଜାର ୫୩୩ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.