Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫: ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକ ସଂଖ୍ୟା ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ । ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୨୭୫ ହୋଇଛି ଏବଂ ଏ ନେଇ ଜିଲ୍ଲାପାଳ ସରକାରଙ୍କୁ ଲିଖିତ ତଥ୍ୟ ଦେଇଥିବା ସେ ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଥିଲେ, ଗତକାଲି ଗଣନାରେ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ତେବେ ପୂର୍ବରୁ ମୃତଦେହକୁ ୨ ଥର ଗଣା ଯାଇଥିଲା । ଫଳରେ ଏହାର ସଂଖ୍ୟା ଅଧିକ ହୋଇଥିଲା । ଏବେ ସଠିକ ଗଣନା ପରେ ପରେ ମୃତ୍ୟୁ ସଂଖ୍ୟା ୨୭୫ ରହିଥିବା ସେ କହିଛନ୍ତି । ମୃତକଙ୍କ ମଧ୍ୟରୁ ୮୮ ଜଣଙ୍କୁ ଚିହ୍ନଟ କରାଯାଇଛି । ୧୮୭ ମୃତଦେହ ଏ ଯାଏ ଚିହ୍ନଟ ହୋଇନାହିଁ । ମୃତଦେହକୁ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ସମ୍ପର୍କୀୟମାନେ ସେଠାକୁ ଯାଇ ଚିହ୍ନଟ କରି ପାରିବେ ।

ଏଥସହିତ ଦୁର୍ଘଟଣାରେ ୧୧୭୫ ଆହତ ହୋଇଛନ୍ତି । ସେମାନଙ୍କୁ ସୋରୋ, ବାଲେଶ୍ୱର, ଭଦ୍ରକ ଏବଂ କଟକରେ ଚିକିତ୍ସିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୩୩୬ ଜଣଙ୍କୁ ଡିସଚାର୍ଜ କରାଯାଇ ସାରିଲାଣି ।

ସୂଚନାଥାଉ କି, ଗତକାଲି ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା । ଶୁକ୍ରବାର ଘଟିଥିବା ବାହାନାଗା ୩ଟି ଟ୍ରେନ ଦୁର୍ଘଟଣାରେ ଶତାଧିକ ଆହତ ହୋଇଥିଲେ । ଅନେକ ଆହତ ଭୁବନେଶ୍ୱର, ବାଲେଶ୍ୱର ଏବଂ କଟକ ଏସସିବିରେ ଚିକିତ୍ସାଧୀନ ରହିଛନ୍ତି। ଦୁର୍ଘଟଣାରେ  ପ୍ରାଣ ହରାଥିବା ଓଡ଼ିଶା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।  ଏହାପୂର୍ବରୁ ରେଳ ମନ୍ତ୍ରାଳୟ ମଧ୍ୟ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ୨ ଲକ୍ଷ ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.