Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସ୍କନ୍ଦ ପୁରାଣରେ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା


ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ସତ୍ୟ ଯୁଗରୁ ପ୍ରତିଷ୍ଠା ଲାଭ କରିଥିଲେ। ଏହାର ସମସ୍ତ ପ୍ରମାଣ ସ୍କନ୍ଦ ପୂରଣରେ ଦେଖିବାକୁ ମିଳେ । ଯଦି ଆମେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ପ୍ରତିଷ୍ଠାତା ହିସାବରେ ଗ୍ରହଣ କରିବା ତେବେ ଆସନ୍ତୁ ଜାଣିବା ସେ କିଏ ?

ଆସୀତ କୃତ ଯୁଗେ ବିପ୍ରା ଇନ୍ଦ୍ରଦ୍ୟୁମ୍ନ ମହାନୃପ, ସୂର୍ଯ୍ୟ ବଂଶେ ସ ଧରମାତ୍ମା ସୃଷ୍ଟ୍ୟ ପଞ୍ଚମ ପୁରୁଷ । (ସ୍କନ୍ଦ ପୁରାଣ )

ସତ୍ୟ ଯୁଗରେ ଅବନ୍ତୀ ନଗରରେ ସୂର୍ଯ୍ୟ ବଂଶୀ ରାଜା ଇନ୍ଦ୍ରଦ୍ୟୁମ୍ନ ଯିଏ ବ୍ରହ୍ମlଙ୍କର ପଞ୍ଚମ ପୁରୁଷ। ସେହିଁ ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ପ୍ରକଟ କରାଇଥିଲେ । ସେହିପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ଅପ୍ରାକୃତ ବିଗ୍ରହ ଓ ରହସ୍ୟ ମୟ । ଏହା ଓଁକାର ରୂପୀ ଶବ୍ଦବ୍ରହ୍ମ ଏବଂ ଜଗତର ସମସ୍ତ ରୂପର ସମାହାର ଯଥା -ଶବ୍ଦବ୍ରହ୍ମ ତ୍ରିଧାନାୟ ଜଗଦ୍ରୁପାୟତେ ନମଃ ।” ସେହିପରି ସ୍କନ୍ଦ ପୁରାଣ କହେ “ଅପୌରୁଶେୟ ଭଗବାନ ବିଚାର ପଥେ ସ୍ଥିତ ।” ଅର୍ଥାତ ଏହି ବିଗ୍ରହ ଅପ୍ରାକୃତ ହେତୁ ରହସ୍ୟମୟ ଓ ବିଚାର ପାଇଁ ତତ୍ତ୍ୱାତ୍ମକ । କୁହାଯାଏ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବପ୍ନରେ ତ୍ରିମୁର୍ତ୍ତିଙ୍କର ଆଭାସ ପାଇଥିଲେ ଏବଂ ପରେ ଯଜ୍ଞ ଅଗ୍ନି ମଧ୍ୟରେ ଅନନ୍ତ ଓ ତାଙ୍କ କୋଳରେ ନାରାୟଣ, ନାରାୟଣଙ୍କ କୋଳରେ ଆଦିଶକ୍ତିଙ୍କୁ ଦେଖିଥିଲେ ।

ତେଣୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ରୂପ ଦର୍ଶନ ନିମିତ୍ତ ଏ ସାଧାରଣ ଚର୍ମଚକ୍ଷୁ ସମର୍ଥ ନୁହେଁ, ଏଥିପାଇଁ ଦିବ୍ୟଚକ୍ଷୁ ଅବା ଭାବ ନେତ୍ରର ଆବଶ୍ୟକତା ଅଛି । ଅନ୍ୟ ଅର୍ଥରେ କହିଲେ ସଚ୍ଚିଦାନନ୍ଦ ପରଂବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସର୍ବଦା, ସର୍ବତ୍ର ଓ ସମାନ ଭାବରେ ବିଦ୍ୟମାନ । ସେ ସମଗ୍ର ବ୍ରହ୍ମlଣ୍ଡର ଉଭୟ ନିମିତ୍ତ ଓ ଉପାଦାନ କାରଣ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଠାରୁ ସ୍ୱାଭାବିକ ଭାବରେ ସମସ୍ତ ଜଗତ ଉତ୍ପନ୍ନ ଓ ବିସ୍ତାରିତ। ମଣ୍ଡୁକ ଉପନିଷଦ କହେ :

ଯଥୋର୍ଣନାଭି ସୃଜତେ ଗୃଁହତେ ଚ
ଯଥା ପୃଥ୍ୱୀବ୍ୟlମଶୋଧାୟ ସମ୍ଭବନ୍ତି
ଯଥା ସତ ପୁରୁଷାତ କେଶଲୋମାନୀ
ତଥା କ୍ଷରାସମ୍ଭବତିହ ବିଶ୍ଵମ ଲଲ

ତେଣୁ ପ୍ରଭୁ ଶ୍ରୀଜଗନ୍ନାଥ ଶରୀରତତ୍ତ୍ୱରେ ଦାରୁବ୍ରହ୍ମ ହୋଇଥିଲେ ମଧ୍ୟ, ଆମ୍ଭେମାନେ ତାଙ୍କୁ ଶୂନ୍ୟବ୍ରହ୍ମ, ନାମବ୍ରହ୍ମ, ସଗୁଣବ୍ରହ୍ମ, ନାଦବ୍ରହ୍ମ, ପ୍ରଜ୍ଞlନ ବ୍ରହ୍ମ, ଏପରିକି ନିର୍ଗୁଣ ବ୍ରହ୍ମ ଭାବରେ ବିବେଚନା କରି ଉପାସନା କରୁଅଛେ । କିନ୍ତୁ ଉପନିଷଦ ଅନୁସାରେ ସେହିଁ କେବଳ ପୂର୍ଣ୍ଣ ବ୍ରହ୍ମ ଯଥା -ଓଁ ପୂର୍ଣ୍ଣମଦହଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ ପୂର୍ଣ୍ଣମୁଚ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣ ମାଦlୟ ପୂର୍ଣ୍ଣମେବାବଶିଷ୍ୟତେ।

ଜୟ ଜଗନ୍ନାଥ

Leave A Reply

Your email address will not be published.