Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପରମବ୍ରହ୍ମ ତତ୍ତ୍ୱ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା   

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମବ୍ରହ୍ମ ତତ୍ତ୍ୱର ଆଲୋଚନା ଜାରି ରଖିବା, ଏହି କ୍ରମରେ ପ୍ରଥମେ
୮ . ଅନ୍ତର୍ଯ୍ୟାମୀ -ଆକ୍ଷରିକ ଭାବରେ କହିଲେ ଯେ ଅନ୍ତର କଥା ଜାଣନ୍ତି ସେ ଅନ୍ତର୍ଯ୍ୟାମୀ । କିନ୍ତୁ ତତ୍ୱତଃ, ଯେହେତୁ ସେ ପ୍ରତେକ ଜୀବର ଆତ୍ମ ସତ୍ତା, ତେଣୁ ପ୍ରତ୍ୟେକ ଜୀବର ଅନ୍ତର ଭିତରେ ରହି, ତାହାକୁ କ୍ରିୟାଶିଳ କରନ୍ତି। ସମୟ ସମୟରେ ଜୀବର ଅଜ୍ଞାତରେ ତାର ମନୋକାମନା ପୂର୍ଣ୍ଣ କରନ୍ତି। ସେଥିପାଇଁ ଆମେ କହିଥାଉ ହେ ଅନ୍ତର୍ଯ୍ୟାମୀ, ତୁମେ ତ ଆମ ଅନ୍ତର କଥା ଜାଣ, ଆଉ ତୁମକୁ କଣ ଜଣେଇବୁ। ଏଠାରେ ସର୍ବଜ୍ଞ ଓ ଅନ୍ତର୍ଯ୍ୟାମୀ ଭିତରେ ପାର୍ଥକ୍ୟ ହେଲା, ଗୋଟିଏ ସାମଗ୍ରିକ ଓ ଅନ୍ୟଟି ଆନ୍ତରିକ (ହୃଦୟର କଥା )।
୯ . ଅଜର ଅମର -ଆମେ ପ୍ରଥମେ ଆଲୋଚନା କଲେ ସେ ସ୍ୱୟମ୍ଭୁ, ଅନ୍ୟ ଅର୍ଥରେ ଅଜର ବା ଅଯୋନି ସମ୍ଭୁତା। ପୁଣି ଗୀତା କହେ ସେ ଆତ୍ମ ସ୍ୱରୂପ ହୋଇଥିବାରୁ ଅବିନାଶୀ, ଅର୍ଥାତ ତାଙ୍କର ମୃତ୍ୟୁ ବି ନାହିଁ। ଗୋଟିଏ ବାକ୍ୟରେ କହିଲେ ଶ୍ରୀଜଗନ୍ନାଥ (ପରଂବ୍ରହ୍ମ )ଅଜର ଅମର।
୧୦. ନିରାକାର -ଅତି ସୁକ୍ଷ୍ମ ଆତ୍ମ ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ଆକାର ବା ସର୍ବବ୍ୟାପୀ ଶ୍ରୀଜଗନ୍ନାଥଙ୍କ ଆକାର କିଏ ବା କଳନା କରିବ, ସେ କେବଳ ଏକ ଚେତନଶକ୍ତି ଭାବରେ ଅନୁଭବ କରିହୁଅନ୍ତି । ଆମେ ନିଜ ଚେତନା ଅନୁସାରେ ତାଙ୍କର ଏକ ସାକାର ରୂପ ଗଢି ଉପାସନା କରିଥାଉ। କିନ୍ତୁ ତତ୍ତ୍ୱତଃ ସେ ନିରାକାର ହିଁ ଅଟନ୍ତି।
୧୧ . ଅବର୍ଣ୍ଣନୀୟ -ଯେତେ ସାକାର ରୂପ ଚିନ୍ତା କଲେ ମଧ୍ୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସଠିକ ଭାବରେ ଉପସ୍ଥାପନା କରିବା ସହଜ ନୁହେଁ। ତାଙ୍କର ରୂପ, ରଙ୍ଗ, ଗୁଣ, ଲକ୍ଷଣ, ଆକାର ପ୍ରକାର ସବୁ ଅତୁଳନୀୟ ଓ ଅବର୍ଣ୍ଣନୀୟ, ଅନେକ ଥର ମନରେ ପ୍ରଶ୍ନ ଆସେ ମୋ ପ୍ରଭୁ ପୁରୁଷ ନା ସ୍ତ୍ରୀ, ଜୀବ ନା ମାନବ, ରୂପ ନା ଅରୂପ, ବ୍ୟକ୍ତ ନା ଅବ୍ୟକ୍ତ, ନିତ୍ୟ ନା ଅନିତ୍ୟ। ହଁ ସେ କେବଳ ଅବର୍ଣ୍ଣନୀୟ। ତାଙ୍କୁ ପ୍ରକାଶ କରିବା ଅତ୍ୟନ୍ତ କଠିନ, କାରଣ କୌଣସି ଭାଷା ବା ଲେଖାରେ ଏତେ ଗୁଡିଏ ପ୍ରଶ୍ନର ସମାଧାନ ନାହିଁ। ଶାସ୍ତ୍ର କହେ ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ, ଦେବେ ନଜାଣନ୍ତି, କୁତଃ ମନୁଷ୍ୟ।
୧୨. ଅଖଣ୍ଡ -ଆଗରୁ କହିଛି ସେ ପୁର୍ଣବ୍ରହ୍ମ, ଗୀତାରେ ସେ କହିଲେ “ମାମେୟୀବାଂଶ ଜୀବଲୋକେ “ଅର୍ଥାତ ଏ ସମଗ୍ର ଜୀବ ଜଗତ ମୋର ହିଁ ଅଂଶ ବିଶେଷ। ଏଠାରେ ପ୍ରଶ୍ନ ଉଠେ ଗୋଟିଏ ଅଂଶ କିପରି ପୂର୍ଣ୍ଣ ବା ଅଖଣ୍ଡ ହେବ, ପୁନଶ୍ଚ ଆମେ କହୁଛେ ଶ୍ରୀଜଗନ୍ନାଥ ଆତ୍ମା ସ୍ୱରୂପ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ବା ଅଖଣ୍ଡ। ଯେହେତୁ ଏହା କୌଣସି ବସ୍ତୁ ନୁହେଁ ଏକ ଚେତନଶକ୍ତି ତେଣୁ ସେ ଖଣ୍ଡିତ ହେବେ କିପରି। ଅନ୍ୟ ପ୍ରକାର ଚିନ୍ତା କଲେ ଯିଏ ଏ ଚରାଚରରେ ବ୍ୟାପ୍ତ ଯାହାଙ୍କୁ ଅଖଣ୍ଡମଣ୍ଡଳlକାର ଭାବରେ ବ୍ୟକ୍ତ କରୁଛେ, ଯଥା “ଅଖଣ୍ଡମଣ୍ଡଳlକାର ବ୍ୟାପ୍ତ ଯେନ ଚରାଚର “, ସେଥିପାଇଁ ସେ ଅଖଣ୍ଡ, ଅବିନାଶୀ ଓ ସ୍ୱୟଂ ସମ୍ପୂର୍ଣ୍ଣ । ପରମାତ୍ମା (ପୂର୍ଣ୍ଣ ବ୍ରହ୍ମ )କେବେ ବି ଖଣ୍ଡିତ ନୁହଁନ୍ତି। ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ସ୍ଥଳରେ, ପ୍ରତ୍ୟେକ ଅବସ୍ଥାରେ ସେ କେବଳ ଓ କେବଳ ପୂର୍ଣ୍ଣ ଭାବରେ ବିଦ୍ୟମାନ।
“ପୂର୍ଣ୍ଣ ମଦହଃପୂର୍ଣ୍ଣ ମିଦଂପୂର୍ଣ୍ଣlତପୂର୍ଣ୍ଣ ମୁଦଚ୍ୟତେ,
ପୁର୍ଣସ୍ୟ ପୂର୍ଣ୍ଣ ମାଦlୟ ପୂର୍ଣ୍ଣ ମେବା ବଶିଷ୍ୟତେ। “

ସେହି ପୂର୍ଣ୍ଣ ବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ହୃଦୟର ଭକ୍ତି ଅର୍ପଣ କରି ଗାଇବା

ଯଦୁନସl ନ ମନୁତେ ଯେନାଦୁର୍ମନୋ ମତମ, ତ ଦେବ ବ୍ରହ୍ମ ତ୍ୱଂ ବିଦ୍ଧି ନେଦଂ ଯଦିଦମୁପାଶ୍ୟତେ । “

ଅର୍ଥାତ ଯାହାଙ୍କୁ ମନ ଦ୍ୱାରା ମନନ କରାଯାଇ ପାରେନି, ବରଂ ଯାହାଙ୍କ ଦ୍ୱାରା ବା ସାହାଯ୍ୟ ରେ ମନ ମନନ ଚିନ୍ତନ କରେ ସେ ହିଁ ବ୍ରହ୍ମ (ପୂର୍ଣ୍ଣ ବ୍ରହ୍ମ ) ।

ଜୟ ଜଗନ୍ନାଥ

Leave A Reply

Your email address will not be published.