Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୧ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଅନେକ ମତ ଓ ଧର୍ମଧାରା ର ସମନ୍ୱୟ ଭାବକୁ ପରିପ୍ରକାଶ କରି ଆଜି ସାରା ବିଶ୍ୱରେ ଆଦୃତ । ଅକ୍ଷରିକ ଭାବରେ “ଧରାୟତେ ଇତି ଧର୍ମ ” । ଅର୍ଥାତ ଯାହାର ଧାରଣ କରିବାର ଶକ୍ତି ଅଛି ତାହା ଧର୍ମ । ଲୌକିକ ଭାବରେ “ଜୀବନ ଧାରଣର ସମସ୍ତ ନୀତି ଓ ନିୟମ ହେଲା ଧର୍ମ । ” ଏଇଠି ମନେ ପଡେ ଶ୍ରୀଜଗନ୍ନାଥ ଚେତନାର ମୂଳ ଆଧାର “ସନାତନ ଧର୍ମ “କଥା । କବିଙ୍କ ଭାଷାରେ “ସେଇତ ଧର୍ମ ସନାତନ, ଧରି ରଖିଛି ତ୍ରିଭୁବନ । “

ନିଜର ଷଢ଼ଦର୍ଶନ, ଅଦ୍ୱେତ, ଦ୍ୱେତ, ସଂଖ୍ୟା , ବୈଷୟିକ, ନ୍ୟlୟ, ମୀମାଂସାକୁ ପାଥେୟ କରି ଏ ସଂସାରର ସର୍ବମାନ୍ୟ ଓ ସର୍ବ ପୁରାତନ ଧର୍ମ ହେଉଛି “ସନାତନ ଧର୍ମ ” । ସେହିପରି ତ୍ରିଭୁବନ ପାଳକ, ସର୍ବଦର୍ଶନ ଧାରକ ଶ୍ରୀଜଗନ୍ନାଥ ହେଉଛନ୍ତି ସଂସାରର ଏକମାତ୍ର ଦେବତା (ପରମଶକ୍ତି, ପରମାତ୍ମା )ଏହାକୁ କେହି ଅସ୍ବୀକାର କରିପାରିବେନି ।

ସଂସାରରେ ରାଜାନୁଗତ ଧର୍ମ ହିସାବରେ ଅନେକ ଧର୍ମ (ମତବାଦ ) ଦେଖାଦେଇଛି । ମତ ଓ ପଥର ବିଭିନ୍ନତା ମଧ୍ୟରେ କିନ୍ତୁ ବଞ୍ଚି ରହିଛି ସନାତନ ଧର୍ମ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅପୂର୍ବ ଚେତନା, ଏହା ସେହି ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି । ତେଣୁ ସାମ୍ପ୍ରତିକ ପରିସ୍ଥିରେ ଶ୍ରୀଜଗନ୍ନାଥଙ୍କର ଲୋକପ୍ରିୟତା ସାରା ପୃଥିବୀରେ ସଞ୍ଚରିତ ହେବାରେ ଲାଗିଛି, ତତ୍ତ୍ୱ ଓ ପୁରାଣ ଆଦିରେ ଅନେକ ବିଭିନ୍ନତା ସତ୍ତ୍ୱେ ପୁଣି ଅନେକ ଧର୍ମଧାରା ବା ମତ ଶ୍ରୀଜଗନ୍ନାଥ ତତ୍ତ୍ୱରେ ନିଜକୁ ସମ୍ମିଳିତ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଆମେ ନିଜ ରାଜ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଅବା ସନାତନ ଧର୍ମଧାରାକୁ ବିଶେଷ ଆଲୋଚନା କରି ସେଥିରେ ଅସଲି ତଥ୍ୟ ବା ତତ୍ତ୍ୱକୁ ଖୋଜିବାରେ ପ୍ରୟାସ କରୁନାହାନ୍ତି ।

ଶ୍ରୀଜଗନ୍ନାଥ ବା ଜଗତ ସ୍ୱରୂପ ପୁରୁଷୋତ୍ତମଙ୍କୁ ସର୍ବଦା ଧେୟ କରି ବିଶ୍ୱଭାତୃତ୍ୱ ଅବା ବିଶ୍ୱମୈତ୍ରୀ କଥା ଚିନ୍ତା କଲେ ସନାତନ ଧର୍ମର ମୂଳ ମନ୍ତ୍ର “ବସୁଧେବ କୁଟୁମ୍ଭବକମ୍ “ସାର୍ଥକ ହୋଇପାରନ୍ତା. ଜୀବ ଓ ଆତ୍ମା ର ସମ୍ପର୍କ ସ୍ପଷ୍ଟ ହୋଇ ମନ୍ୟୁଷ ସିଦ୍ଧି ପ୍ରାପ୍ତ ହୁଅନ୍ତା । ପ୍ରାଚୀନରୁ ପ୍ରାଚୀନତମ ସନାତନ ଧର୍ମ ନିଜର ଉଦାରତା ଓ ସମନ୍ୱୟ ଭାବ ବଳରେ ସମସ୍ତ ଧର୍ମ ଓ ମତକୁ ଏକଜୁଟ କରିବାର ଶକ୍ତି ରଖିଛି, ସେହି ଶକ୍ତିର ମୂଳ ଆଧାର ଆମର ବର୍ତମାନ ପ୍ରଚଳିତ ଶ୍ରୀଜଗନ୍ନାଥ ସଂସ୍କୃତି । ନିର୍ଦ୍ୱନ୍ଦ୍ୱରେ ଏହା କୁହାଯାଇପାରେ ଯେ ସନାତନ ଧର୍ମର ଆତ୍ମ ପୁରୁଷ ହେଲେ ଶ୍ରୀଜଗନ୍ନାଥ । କେବଳ ସେତିକି ନୁହେଁ ଶ୍ରୀଜଗନ୍ନାଥ ହିଁ ସମସ୍ତ ଓ ଏକମାତ୍ର ସମନ୍ୱୟ ଓ ଏକତ୍ୱର କେନ୍ଦ୍ରବିନ୍ଦୁ । ତାଙ୍କରି ଚାରିପାଖେ ସବୁ ମତ ଓ ଧର୍ମଧାରାକୁ ବିସର୍ଜନ ଦେଇ କେବଳ ସନାତନ ଧର୍ମଧାରାକୁ ପ୍ରାଧାନ୍ୟ ଦେଲେ, ଏ ପୃଥିବୀରେ ଶାନ୍ତି ଓ ସଦଭାବନା ବିରାଜମାନ ହେବ ।

ସେଥିପାଇଁ ସାମୁହିକ ପ୍ରୟାସ ଜାରିରହୁ । ଆସନ୍ତୁ ଏବେ ଚିନ୍ତନ କରିବା :
“ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୁତାରତ୍ମା,
କର୍ମାଦ୍ଧକ୍ଷ ସର୍ବଭୁତlଧିଵାସଃ ସାକ୍ଷୀ ଚେତା କେବଳୋ ନିର୍ଗୁଣଶ୍ଚ । “
ଶ୍ଵେତା ଶ୍ୱେତ ଉପନିଷଦ. (ଦ. ତ୍ରୀ. ଉବାଚ )

ଜୟ ଜଗନାଥ

Comments are closed, but trackbacks and pingbacks are open.