ଘର ମୋର ସ୍ୱର୍ଗ

ନିରୂପମା ପତି

ସରଗ ଠୁଁ ଵଡ ଏହି ଆମ ଘର
ଘର ନୁହେଁ ସେହି ଭାଵର ମନ୍ଦିର
ସ୍ନେହ, ଶ୍ରଦ୍ଧା, ପ୍ରୀତି ଥାଏ ନିରନ୍ତର
ଶାନ୍ତି ମୈତ୍ରୀ ର ସେ ଏକାନ୍ତ ନିର୍ଝର
ସେଘରେ ଜନମ ମୋର
ଵାପା,ମା, ଭାଇ, ଭଉଣୀଙ୍କୁ ନେଇ
ଏକସୂତ୍ରେ ପରିବାର ।

ଆକାଶ ଠୁଁ ଵଡ ପୂଜ୍ୟ ପିତା ମୋର
ଧର୍ମ, ସ୍ବର୍ଗ,ତପ ଠାରୁ ଶ୍ରେଷ୍ଠତର
ନ୍ୟାୟ ପ୍ରତିମୂର୍ତ୍ତି ପୂଜିତ ଈଶ୍ୱର
ଅନୁଜ ଙ୍କ ପାଇଁ ଶାସନର ଡୋର
ତାଙ୍କ କୃପା ଲଭି ମୁହିଁ
ଏକ ଚାନ୍ଦ ପରି ଉଜ୍ଜ୍ବଳ ନକ୍ଷତ୍ର
ଏ ସଂସାରେ ମିଳେ କାହିଁ
ମା ମୋ ଅଟନ୍ତି ଧୈର୍ଯ୍ୟ ଗନ୍ତାଘର
ସର୍ବ ସହିଷ୍ନୁତା ମମତା ଅପାର
ଦୟା କ୍ଷମା ନ୍ୟାୟ ସବୁଠୁଁ ସୁନ୍ଦର
ମାତୃ ଭୂମିଠାରୁ ଅଧିକ ଗମ୍ଭୀର
ପଣତେ ଛାୟା ମୁଁ ପାଇ
ଦୁନିଆରେ ଜନ୍ମ ସୋଭାଗ୍ୟ ମଣିଷ
ମୋ ପରି ଗୁଣିକ ନାହିଁ।
ଅଗ୍ରଜ ଭାଇ ମୋ ରଘୁ ବଂଶ ଵୀର
ରୂପ ଅନୁପମ ପାଣ୍ଡିତ୍ୟ ସମ୍ଭାର
ଧ୍ରୁବ , ନଚିକେତା ପରି କର୍ଣ୍ଣଧାର
ଅମୋଘ ପ୍ରୀତି କୁ ଵାଣ୍ଟେ ପରସ୍ପର
ଆଦର୍ଶ, ସଂସ୍କାର ନେଇ
ଚତୁଃପାର୍ଶ୍ଵେ ମୋର ସୁରକ୍ଷା କବଚ
ଘରକୁ ସ୍ବର୍ଗ ମଣଇ।

ଜେଜେ, ଜେଜେମା ଙ୍କ ମର୍ମସ୍ପର୍ଶୀ ସ୍ଵର
କକା,ଖୁଡୀ,ନାନୀ ସଭି୰ ସହୋଦର
ମିଳିମିଶି ସବୁ ହୋଇ ଆପଣାର
ନାହିଁ ମତାନ୍ତର ସର୍ଵେ ଏଠାକାର
ଏକଵନେ ପାରିଜାତ
‘ଘର ଆମ ସ୍ବର୍ଗ’ ସଭିଏଁ କୁହନ୍ତି
ସାହା ପ୍ରଭୁ ଜଗନ୍ନାଥ।