Latest Odisha News

କବିତା:ଆମ ପତାକା

ଆମ ପତାକା ତିନି ରଙ୍ଗିଆ
ଉଡଇ  ଫରଫର ,
କମଳା ଧଳା ସବୁଜ ରଙ୍ଗ
ମଧ୍ୟେ ଅଶୋକ ଚକ୍ର ।

ଶୌର୍ଯ୍ୟ ଶାନ୍ତି ସହ ବିକାଶ ଭାବ
ସୂଚାଇଣ ତିନି ରଙ୍ଗେ
ବିଜୟର ଗାଥା ଗାଉଛି ନିତି
ଉଡ଼ୁଛିରେ ନିଜ ଭଙ୍ଗେ ।

ଏଇ ପତାକା ମାନ ସମ୍ମାନ
ଦେଶବାସୀଙ୍କ  ଗର୍ବ
ରଖିବା ଆମେ ତାର ମହତ
ଲୁଟାଇ ଦେଇ ସର୍ବ।।

ଯଦି ବିପଦ ଆସିବ ମାଡ଼ି
ସାହସ ରଖି ମନେ
ଜନମଭୂମି ସେବାରେ କେବେ
ହେଳା ନକର ଦିନେ  ।।

ଭାରତ ବାସୀ ବଡ଼ ସାହସୀ
ହାତରେ ଦେଇ ହାତ
ମିଳି ମିଶିକି ଗାଇବା ଆମେ
ଜୟ ଭାରତ ଗୀତ।।

 

Leave A Reply

Your email address will not be published.