କବିତା : ତ୍ରିଶଙ୍କୁ ଜୀବନ
ସୁଷମା ପରିଜା
ବେଳେ ବେଳେ କିଛି କଥା, କିଛି ଶବ୍ଦ,
ତୀକ୍ଷ୍ଣ ଧାରଥିବା ଛୁରୀଟିଏ ହୋଇ
ଟିକ୍ ଟିକ୍ କରି କାଟି ପକାନ୍ତି
ଛାତି ଭିତର ର କଲିଜା ଟାକୁ,
ଯନ୍ତ୍ରଣାକ୍ଳିଷ୍ଟ ହୃଦୟରୁ ନିଗିଡି ଆସୁଥିବା
ଲହୁ ସବୁ ଲୁହ ହୋଇ ବୋହି ଯିବା ଲାଗି ଆସି
ଅଧା ବାଟରୁ ଲେଉଟି ଯାଆନ୍ତି ଆଖିପତା ପାଖରୁ,…