ସନ୍ଦୀପ ମିଶ୍ର
ସମୂହ ସମ୍ପାଦକ
ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଗଣମାଧ୍ୟମ ଜଗତରେ ଜଣେ ପ୍ରସିଦ୍ଧ ତଥା ଶ୍ରଦ୍ଧାଶୀଳ ନାମ । ‘ଫୋକସ୍ ଓଡ଼ିଶା’ ଏବଂ ‘ନିୟୁଜ୍‍ ୱାର୍ଲଡ଼ ଓଡ଼ିଶା’ର ଏଡ଼ିଟର-ଇନ-ଚିଫ୍ ଥିବା ସମୟରେ ଲୋକପ୍ରିୟ ସାପ୍ତାହିକ ଟକ୍ ଶୋ ‘ଜବାବ୍ ସୁଆଲ’ ମାଧ୍ୟମରେ ସେ ବେଶ୍ ଜନପ୍ରିୟତା ହାସଲ କରିଥିଲେ । ତୀକ୍ଷ୍ଣ ଅନ୍ତର୍ଦୃଷ୍ଟିସଂପନ୍ନ ବିଶ୍ଳେଷଣ ଯୋଗୁଁ ସେ ଖ୍ୟାତି ଅର୍ଜନ କରିିଛନ୍ତି । ଜଣେ ଅଭିଜ୍ଞ ସାମ୍ବାଦିକ ଭାବେ ରାଜନୀତି, ଉଦ୍ୟୋଗ, ସଂସ୍କୃତି ତଥା ପ୍ରାକୃତିକ ଦୁର୍ବିପାକ ପ୍ରଶମନ ଆଦିରେ ତାଙ୍କର ଦକ୍ଷତା ରହିଛି ।
 
 ‘ଟାଇମ୍ସ ଅଫ ଇଣ୍ଡିଆ’, ‘ହିନ୍ଦୁସ୍ଥାନ ଟାଇମ୍ସ’, ‘ଏସିଆନ ଏଜ’ ଏବଂ ‘ନୁ୍ୟ ଇଣ୍ଡିଆନ ଏକ୍ସପ୍ରେସ’ ପରି ଭାରତର ଲୋକପ୍ରିୟ ଦୈନିକୀ ପାଇଁ ସେ କାର୍ଯ୍ୟ କରିଛନ୍ତି । 
 
୨୦୧୧ରେ ଆମେରିକୀୟ ବୈଦେଶିକ ବିଭାଗ ଦ୍ୱାରା ଆୟୋଜିତ ସମ୍ମାନଜନକ ‘ଏଡ଼ୱାଡର଼୍ ମୁରୋ ପ୍ରୋଗ୍ରାମ ଫର୍ ଜର୍ଣ୍ଣାଲିଷ୍ଟସ’ ଫେଲୋସିପ୍‍ ପାଇଛନ୍ତି ଶ୍ରୀ ମିଶ୍ର । ୨୦୦୫ ମସିହାରେ ଇଂଲଣ୍ଡ ଗସ୍ତ କରି ‘ରୋଟାରୀ ଇଣ୍ଟରନ୍ୟାସନାଲ’ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ‘ଗ୍ରୁପ ଷ୍ଟଡ଼ିଜ୍ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ୨୦୦୭ ମସିହାରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହୋଇଥିବା ‘ଏଡ଼ସ୍ ଇନ ଏସିଆ ଏଣ୍ଡ ଦ ପ୍ୟାସିଫିକ’ ଶୀର୍ଷକ ୮ମ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ।
 
ଉଭୟ ସମାଜଶାସ୍ତ୍ର ଏବଂ ବିଜିନେସ୍‍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିବା ଶ୍ରୀ ମିଶ୍ର ସଂପ୍ରତି ଇଂରାଜୀ ୱେବ୍‍ ସାଇଟ୍‍ ‘ଓଡ଼ିଶା ବାଇଟ୍‍ସ’ ଓ ‘ଓଡ଼ିଶା ସମ୍ବାଦ’ର ସମୂହ ସଂପାଦକ ଭାବେ କାର୍ଯ୍ୟରତ ।
Sandeep Mishra Twitter
ସରୋଜ ବଳ
କାର୍ଯ୍ୟନିର୍ବାହୀ ସମ୍ପାଦକ
ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମୟରୁ ଦୈନିକ ‘ପ୍ରଗତିବାଦୀ’ରେ ସହ ସଂପାଦକ ଭାବେ ସାମ୍ବାଦିକତା କ୍ୟାରିଅର୍‍ ଆରମ୍ଭ କରିଥିଲେ ସରୋଜ ବଳ । ପରବର୍ତ୍ତୀ ସମୟରେ ଦୈନିକ ‘ସମ୍ବାଦ’ ଓ ‘ପ୍ରମେୟ’ ସମେତ ସାପ୍ତାହିକ ‘ବଜାର’, ‘ଖବର’, ‘ସର୍କାର’ ଓ ‘ସଂପର୍କ’ ଆଦିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଂଯୁକ୍ତ ହୋଇ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ।
 
ଜଣେ କବି ଓ ଲେଖକ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ସ୍ୱତନ୍ତ୍ର ପରିଚିତି ରହିଛି। ୧୪ଟି କବିତା ସଂକଳନ, ୪ଟି କ୍ଷୁଦ୍ରଗଳ୍ପ ସଂକଳନ, ଗୋଟିଏ ଉପନ୍ୟାସ ଓ ଅନେକ ସଂପାଦିତ ସଂକଳନର ଲେଖକ ଭାବେ ସେ ଓଡ଼ିଆ ପାଠକଙ୍କ ନିକଟରେ ସୁପରିଚିତ । ସାହିତ୍ୟ ପତ୍ରିକା ‘ସିନ୍ଦୂରା’, ‘ବାଣୀବିକାଶ’, ‘ଭୋର’, ‘ରେବତୀ’, ‘ଗଳ୍ପପତ୍ରିକା’, ‘ମତ’ ଓ ‘ସାମ୍ନା’ ଆଦି ସଂପାଦନା କରି ସେ ଚର୍ଚ୍ଚିତ । ‘ଇଂକ୍‍ ଓଡ଼ିଶା’ ଓ ‘ଟାଇମପାସ୍‍’ ପ୍ରକାଶନର ସେ ପ୍ରତିଷ୍ଠାତା ।
 
ଲେଖାଲେଖି ସହିତ  ପତ୍ରିକା  ସଂପାଦନା, ପ୍ରକାଶନ, ଲେ-ଆଉଟ୍‍ ଡିଜାଇନ୍‍, ଫଟୋଗ୍ରାଫି, ବୃତ୍ତଚିତ୍ର ନିର୍ମାଣ, ସଂଗୀତ ସଂଯୋଜନା, କଂଠସଂଗୀତ, ଅଭିନୟ, ଚିତ୍ରକଳା ଆଦି ଅନେକ ପ୍ରକାର ସୃଜନକର୍ମରେ ସେ ନିଜର ସ୍ୱକୀୟ ସର୍ଜନଶୀଳତାର ପରିଚୟ ଦେଇଛନ୍ତି । 
Saroj Bal Twitter
ଅମିୟଭାନୁ ଧଳ
ସହଯୋଗୀ ସମ୍ପାଦକ
ଅମିୟଭାନୁ ଧଳ ପୂର୍ବରୁ ‘ନିୟୁଜ ୱାର୍ଲଡ଼ ଓଡ଼ିଶା’ ଚ୍ୟାନେଲରେ ନିୟୁଜ ପ୍ରଡ୍ୟୁସର ଏବଂ ଦୈନିକ ଖବରକାଗଜ ‘ସର୍ବସାଧାରଣ’, ଫିଚର ଓ ସାହିତ୍ୟ ପତ୍ରିକା ‘ଶିଶିର’ରେ ସିନିୟର ସବ-ଏଡ଼ିଟର୍ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ପାକ୍ଷିକ  ପତ୍ରିକା  ‘ମୋ ସହର ସମ୍ପର୍କ’ ଏବଂ ଡ଼ିଜିଟାଲ୍ ୱେବ୍ ଚ୍ୟାନେଲ୍ ‘ଓଡ଼ିଶା ଲାଇଭ୍’ରେ ରିପୋର୍ଟର, ସିନିୟର୍ କଣ୍ଟେଣ୍ଟ୍‍ ମ୍ୟାନେଜର ଓ କପି ଏଡ଼ିଟର୍ ଭାବେ କାର୍ଯ୍ୟ କରିଛନ୍ତି । ବିଭିନ୍ନ ଓଡ଼ିଆ ଦୈନିକ ଖବରକାଗଜ ତଥା ସାପ୍ତାହିକ ସମ୍ବାଦପତ୍ରରେ ତାଙ୍କର ଅନେକ ଲେଖା ଆଦୃତି ଲାଭ କରିଛି।
 
ସାହିତ୍ୟ କ୍ଷେତ୍ରରେ ତାଙ୍କ ରଚିତ ଶତାଧିକ କବିତା ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ଏବଂ ସାହିତ୍ୟ ପତ୍ରିକାରେ ପ୍ରକାଶିତ । ଉଭୟ ସାମ୍ବାଦିକ ଓ କବି ଭାବେ ସାରସ୍ୱତ ସାଧନାରେ ବ୍ରତୀ ଥିବା ଶ୍ରୀ ଧଳଙ୍କ ଏକ କବିତା ସଂକଳନ ‘ସର୍ବହରାର ସ୍ୱପ୍ନ’ ପ୍ରକାଶିତ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ ପରେ ସେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର  ବିଜ୍ଞାନରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଛନ୍ତି ।
ସୁପ୍ରକାଶ ମିଶ୍ର
ସାମାଜିକ ଗଣମାଧ୍ୟମ ପରିଚାଳକ ଓ ଲେଖକ

ଜଣେ କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟର, ଲେଖକ ଏବଂ  ଡିଜିଟାଲ ମାର୍କେଟିଂ ମ୍ୟାନେଜର୍‍ ଭାବରେ ଛଅ ବର୍ଷ ଧରି ବିଭିନ୍ନ ଆଇ.ଟି କମ୍ପାନୀରେ କାର୍ଯ୍ୟ କରିଛନ୍ତି । ‘ପ୍ଲାନେଟ ସେଭର୍ଜ’ ନାମକ ଏକ ପରିବେଶଭିତ୍ତିକ ଗଣମାଧ୍ୟମରେ ସେ ଦୀର୍ଘ ଦିନ ଧରି ସଂପୃକ୍ତ ଥିଲେ । ପରିବେଶ, ପ୍ରଯୁକ୍ତି ତଥା ଅଟୋମୋବାଇଲ କ୍ଷେତ୍ରରେ ତାଙ୍କର ଅନେକ ଲେଖା ପ୍ରକାଶିତ । 

Suprakash Mishra Twitter
କଲ୍ୟାଣୀ ପରିଡ଼ା
ସହ-ସମ୍ପାଦିକା
‘ସମ୍ବାଦ’ ଏବଂ ‘କନକ  ନିୟୁଜ’ରେ ଇଣ୍ଟର୍ନସିପ କରିବା ପରେ ସଂପ୍ରତି କଲ୍ୟାଣୀ ପରିଡ଼ା ଜଣେ ରିପୋର୍ଟର, କପି ଏଡ଼ିଟର ଭାବେ କାର୍ଯ୍ୟ କରୁଛନ୍ତି ।  ଉତ୍କଳୀୟ ସଂସ୍କୃତି ଓ ଭାରତୀୟ ପରମ୍ପରାକୁ ନେଇ ତାଙ୍କର ଅନେକ ଫିଚରଧର୍ମୀ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।
 
ମନସ୍ତତ୍ତ୍ୱରେ ସ୍ନାତକ ଡ଼ିଗ୍ରୀ ପରେ ସେ ଜର୍ଣ୍ଣାଲିଜିମ ଏଣ୍ଡ ମାସ୍ କମ୍ୟୁନିକେସନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଛନ୍ତି ।