Latest Odisha News

BREAKING NEWS

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ ତାଙ୍କୁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ।

ପୁରସ୍କୃତ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ଆର୍ଥର ରାସ ।  ଆର୍ଥର ରାସ ଏବେ ୭୧ ବର୍ଷ ବୟସରେ ଉପନୀତ ।  ଦୀର୍ଘ ୫୪ ବର୍ଷର ଯାତ୍ରା ପରେ ସେ ଗ୍ରାଜୁଲଏଶନ ସାର୍ଟିଫିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେ ନିକଟରେ ବ୍ରିଟିଶ କୋଲମ୍ବିଆ ୟୁନିଭର୍ସିଟି(UBC)ରୁ କଳାରେ ସ୍ନାତକ ଡ୍ରିଗ୍ରୀ ହାସଲ କରିନ୍ତି । ଗ୍ରାଜୁଏସନ ପାଇଁ ଲମ୍ବା ସମୟ ନେଇଥିବା ତାଲିକାର ଉପରେ ରହିଛି ରାସଙ୍କ ନାମ  ।

ବିବିସିକୁ ଏକ ସାକ୍ଷାତ ଦେଇ ରାସ କହିଛନ୍ତି, ସେ ଇଂରାଜୀରେ ବ୍ୟାଚଲର ଡିଗ୍ରୀ ହାସଲ କରିବା ପାଇଁ ୟୁବିସିରେ ୧୯୬୯ରେ ନାମ ଲେଖାଇଥିଲି ।  ଏତେ ବର୍ଷ ପରେ ସେ ଏହି ଡିଗ୍ରୀ ପାଇଛନ୍ତି । ସେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ, ନାମ ଲେଖାର ୨ୟ ବର୍ଷ ସେ ଏକ ଥିଏଟରରେ ଯୋଗ ଦେଇଥିଲେ । କାରଣ ତାଙ୍କର ଅଭିନୟ ପ୍ରତି ଖୁବ ରୁଚି ରହିଥିଲା । ଆଉ ଏଥିପାଇଁ ତାଙ୍କୁ ପାଠ ପଢା ଅଧାରୁ ବନ୍ଦ କରିବାକୁ ପଡିଥିଲା । ଏହା ପରେ ସେ କାନାଡାର ଏକ ପ୍ରତିଷ୍ଠିତ ନାଶନାଲ ଥିଏଟର ସ୍କୁଲରେ ତିନିବର୍ଷିଆ କୋର୍ସ କରିଥିଲେ ।

କିଛି ଦିନ ଅଭିନୟ କଲା ପରେ ଏହି ନିଶା ଉତୁରି ଯାଇଥିଲା । ଏହା ପରେ ସେ ପୁଣି UBରେ ତିନି ବର୍ଷ ଏକାଡେମିକ କୋର୍ସ କରିଥିଲେ । ହେଲେ ତା ପରେ ସେ ଟୋରଣ୍ଟୋର ଏକ ସ୍କୁଲରେ ଆଇନ ପାଠ ପଢିବାକୁ ଚାଲିଗଲେ ଏବଂ ସେଠାରୁ ସ୍ନାତକ ଡିଗ୍ରୀ ପାଇଲେ । ଏହା ପରେ ୨୦୧୬ ପର୍ଯ୍ୟନ୍ତ ଏକ କମ୍ପାନୀରେ ସିଭିଲ ଲିଟିଗେଟର ଭାବେ କାମ କଲେ । ସେଠାରେ ୩୫ ବର୍ଷ କଟିଗଲା । କାମରୁ ଅବସର ବି ନେଲେ ।

୨୦୧୭ରେ ଅବସର ନେବା ପରେ ସେ ସମୟର ସୁବିନିଯୋଗ କରିବାକୁ ଲାଗିଲେ । ପୁଣି UBC ସହ ଯୋଗାଯୋଗ କଲେ ।

ସେଠାରେ ୟୁନିଭର୍ସିଟି ପକ୍ଷରୁ ନୂଆ ଷ୍ଟୁଡେଣ୍ଟସ ନମ୍ବର ଦିଆଗଲା । ଶେଷରେ ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲେ  ଓ ୟୁନିଭର୍ସିଟି ଗ୍ରାଜୁଏସନ ସାର୍ଟିଫିକେଟ ପାଇଲେ ।

Leave A Reply

Your email address will not be published.