Latest Odisha News

BREAKING NEWS

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ତ୍ରିନାଥ ପଟ୍ଟନାୟକ ମନୋନୀତ

କୋରାପୁଟ : ନନ୍ଦପୁର ବ୍ଲକର ପାଡୁଆସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ୨୦୨୦ ମସିହା ପାଇଁ ପ୍ରକୃତି ବନ୍ଧୁ-୨୦୨୦ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି l

ଶ୍ରୀ ପଟ୍ଟନାୟକ ଜଣେ ସମାଜସେବୀ ଏବଂ ଅମାୟିକ ଛାତ୍ରବତ୍ସଳ ଅଧ୍ୟାପକ ଅଟନ୍ତି l ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ନିଜକୁ ପାଠପଢ଼ା ମଧ୍ୟରେ ସୀମିତ ନ ରଖି ,ବିଭିନ୍ନ ସମାଜସେବା କ୍ଷେତ୍ରରେ ସେ ନିୟୋଜିତ ରହନ୍ତି l ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି l

ସାହିତ୍ୟରେ ରୁଚି ରଖୁଥିବା ଶ୍ରୀ ପଟ୍ଟନାୟକ ବିଭିନ୍ନ ଗଳ୍ପ, କବିତା ଏବଂ ଗଦ୍ୟ ରଚନାରେ ମଧ୍ୟ ଖୁବ ସିଦ୍ଧହସ୍ତ l ସେ ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି l ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ ହେବାପରେ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି l

Leave A Reply

Your email address will not be published.