Latest Odisha News

BREAKING NEWS

ଓଡ଼ିଶା ସମେତ ୫ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହୁଛି । କିଛି ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି । କିଛି ରାଜ୍ୟରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଆଜି ଓଡ଼ିଶା ସମେତ ୫ଟି ରାଜ୍ୟ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର କୋଭିଡ୍ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅପରାହ୍ଣ ୩ଟାରେ ସମୀକ୍ଷା ବୈଠକ ରହିଛି ।

ଏସବୁ ରାଜ୍ୟରେ କୋଭିଡ୍ ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଓମିକ୍ରନ୍ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ବାବାଦରେ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଟିକାକରଣ ନେଇ ବି ଆଜିର ବୈଠକରେ ଆଲୋଚନା ହୋଇପାରେ । କରୋନା ମୁକିବାଲରେ ରାଜ୍ୟଗୁଡ଼ିକୁ ଆଉ କଣ ଅତିରିକ୍ତ ଆବଶ୍ୟକତା ରହିଛି ମତାମତ ମାଗିପାରନ୍ତି ମନସୁଖ ମାଣ୍ଡଭିୟ ।

ଗତକାଲି ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍ ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏଥିରେ ଇ-ସଞ୍ଜିବନୀ, ଟେଲିମେଡିସିନ୍, ହୋମ୍ ଆଇସୋଲେସନ ମନିଟରିଂ ଓ ଆରଟିପିସିଆର୍ ଟେଷ୍ଟକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ୧୫-୧୮ ବର୍ଷ ବର୍ଗଙ୍କୁ ଟିକାକରଣକୁ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

Comments are closed, but trackbacks and pingbacks are open.