Latest Odisha News

BREAKING NEWS

ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡ଼ର ଜଣେ ଦକ୍ଷ ଏବଂ ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ। ୬୦ ଓ ୭୦ ଦଶକରେ ହିନ୍ଦୀ ସିନେମାର ରାଜ୍ କରୁଥିବା ଶ୍ରେଷ୍ଠ ଅଭିନେତ୍ରୀ ଆଶା ପାରେଖଙ୍କୁ ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ତାରିଖରେ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଦାଦାସାହେବ ଫାଲକେ ପୁରସ୍କାର ହେଉଛି ଭାରତୀୟ ସିନେମାରେ ଦିଆଯାଇଥିବା ସର୍ବୋଚ୍ଚ ସମ୍ମାନ। ଭାରତୀୟ ସିନେମାରେ ୭୯ ବର୍ଷୀୟ ଆଶାଙ୍କ ଅତୁଳନୀୟ ଅବଦାନ ରହିଛି, ଯେଉଁଥିପାଇଁ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନୀତ କରାଯିବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ଫାଲକେ ପୁରସ୍କାର ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦାଦାସାହେବ ଫାଲକେ କମିଟି ପକ୍ଷରୁ ଅଭିନେତ୍ରୀ ଆଶା ପାରେଖଙ୍କ ନାମ ଚୟନ କରାଯାଇଛି । ଆଶା ଭୋସଲେ, ହେମା ମଲିନୀ, ପୁନମ ଢିଲୋନ, ଉଦିତ ନାରାୟଣ ଏବଂ ଟି.ଏସ୍ ନାଗଭାର୍ନାଙ୍କ ନାମ କିମିଟି ବିଚାରକୁ ଆଣିଥିଲା। କମିଟି ଏକ ବୈଠକ କରି ଚଳିତ ବର୍ଷ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ଏହି ସମସ୍ତ ନାମ ମଧ୍ୟରୁ ଆଶା ପାରେଖଙ୍କ ନାମ ଚୟନ କରିଛି।

୨୨ ବର୍ଷ ପରେ ପ୍ରଥମ କରି କୌଣସି ମହିଳାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଆଶା ଜୀ ୧୬ ବର୍ଷ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ। ୧୯୯୯ରେ ଆଶାଙ୍କୁ ଶେଷଥର ପାଇଁ ‘ସର୍‌ ଆଖୋଁ ପର୍‌’ଫିଲ୍ମରେ ଦେଖିବାକୁ ମିଳିଥିଲା। ଆଶା ଜୀଙ୍କୁ ଭାରତୀୟ ସିନେମାର ହିଟ୍ ଗାର୍ଲ ନାମରେ ଜାଣୁଥିଲେ। ସେ ୯୫ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।

Leave A Reply

Your email address will not be published.